ଭାରତ

ଷଷ୍ଠଥର ପାଇଁ ହାଜର ହେବାକୁ ମନା କଲେ କେଜ୍ରିୱାଲ

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଇଡିରେ ଷଷ୍ଠଥର ପାଇଁ ହାଜର ହେବାକୁ ମନା କରିଛନ୍ତି। ଦିଲ୍ଲୀର ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା ଇଡି କେଜ୍‌ରିୱାଲଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଏଏପି ଇଡିର ସମନକୁ ବେଆଇନ ବୋଲି କହିଛି।

ଏହା ପରେ କେଜ୍ରିୱାଲ ଏକ ବଡ ବିବୃତ୍ତି ଦେଇଛନ୍ତି, ଇଡି ଡାକିବା ବେଆଇନ ଏବଂ ଇଡି ସମନ୍ ବୈଧ ପ୍ରସଙ୍ଗ ବର୍ତ୍ତମାନ କୋର୍ଟରେ ଅଛି । କେଜ୍ରିୱାଲ କହିଛନ୍ତି ଯେ ଇଡି ନିଜେ ଏ ସମ୍ପର୍କରେ କୋର୍ଟକୁ ଯାଇଛନ୍ତି ଏବଂ ବାରମ୍ବାର ଡକାଇବା ପରିବର୍ତ୍ତେ ସେମାନେ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଚାଲିଥିବା ଅନୁସନ୍ଧାନରେ ଯୋଗଦେବା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଷଷ୍ଠ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଇଥିଲା ଏବଂ ତାଙ୍କୁ ଫେବୃଆରୀ ୧୯ରେ ହାଜର ହେବାକୁ କହିଥିଲେ।

Related posts

ବାଂଲାଦେଶର ଟ୍ରେନରେ ଅଗ୍ନିକାଣ୍ଡ, ୪ ମୃତ

mahabharatanews

ଭିସା ଅବଧି ସରି ଅଧିକ ଦିନ ରହିଥିବାରୁ ରୁଷ ଦମ୍ପତିଙ୍କୁ ଗିରଫ କଲା ୟୁପି ପୁଲିସ

mahabharatanews

ସୌରଭ ଗାଙ୍ଗୁଲୀ ସ୍ଥାପନ କରିବେ ଇସ୍ପାତ କାରଖାନା 

mahabharatanews