ଭାରତ

ସୌରଭ ଗାଙ୍ଗୁଲୀ ସ୍ଥାପନ କରିବେ ଇସ୍ପାତ କାରଖାନା 

(ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ସାଳବନୀରେ ଇସ୍ପାତ କାରଖାନା ସ୍ଥାପନ କରିବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ । ୧୨ ଦିନିଆ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ସହିତ ସ୍ପେନ୍‌ ଓ ଦୁବାଇ ଯାଇଥିବା ଗାଙ୍ଗୁଲୀ କହିଛନ୍ତି ଯେ, ୫/୬ ମାସ ଭିତରେ କାରଖାନା ନିର୍ମାଣ ଶେଷ ହେବ।

ସୂଚନାନୁଯାୟୀ, ସେ କହିଛନ୍ତି, ଆମେ ପଶ୍ଚିମବଙ୍ଗରେ ତୃତୀୟ ଇସ୍ପାତ କାରଖାନା କାରଖାନା ନିର୍ମାଣ ଆରମ୍ଭ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଅନେକେ ଭାବନ୍ତି ମୁଁ କେବଳ ଖେଳେ। କିନ୍ତୁ, ୨୦୦୭ରେ ଆମେ ଛୋଟ ଇସ୍ପାତ କାରଖାନାଟିଏ ଆରମ୍ଭ କରିଥିଲୁ। ୫/୬ ମାସ ଭିତରେ ଆମେ ମେଦିନୀପୁରରେ ନୂଆ ଇସ୍ପାତ କାରଖାନା ନିର୍ମାଣ କରିବୁ।

Related posts

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛି ପରିବାର

mahabharatanews

ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ

mahabharatanews

ପୁଣି କଂଗ୍ରେସରେ ଯୋଗଦେଲେ ଗିରିଧର ଗମାଙ୍ଗ

mahabharatanews