ଭାରତ

ପଦ୍ମ ଧରିଲେ ହେମନ୍ତି ସୋରେନଙ୍କ ବୋହୂ

(ଦିଲ୍ଲୀ) :ବିଜେପିରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତି ସୋରେନଙ୍କ ବୋହୂ ସୀତା ସୋରେନ ।  ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସମସ୍ତ ପଦରୁ ଇସ୍ତଫା ଦେବା କିଛି ସମୟ ପରେ ବିଜେପିରେ ଯୋଗ ଦେଇଛନ୍ତି।  ଆଜି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟିକା ତଥା ହେମନ୍ତ ସୋରେନଙ୍କ ଭେଉଜ ସୀତା ସୋରେନ ଦଳରୁ ଇସ୍ତଫା ଦେଇଥିଲେ। ଏନେଇ ସେ ଚିଠି ଲେଖି ଦଳର ଅଧ୍ୟକ୍ଷ ତଥା ନିଜ ଶ୍ୱଶୁର ଶିବୁ ସୋରେନଙ୍କୁ ପଠାଇଛନ୍ତି।

ସୂଚନାନୁଯାୟୀ , ସୀତା ସୋରେନ କହିଛନ୍ତି, ମୁଁ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସକ୍ରିୟ ସଦସ୍ୟ। ବର୍ତ୍ତମାନ ମୁଁ ଦଳର ବିଧାୟକ ଅଛି। ଅତ୍ୟନ୍ତ ଦୁଃଖ ମନରେ ମୁଁ ମୋର ଇସ୍ତଫା ପତ୍ର ଦାଖଲ କରୁଛି। ମୋର ସ୍ୱାମୀ ସ୍ୱର୍ଗତ ଦୁର୍ଗା ସୋରେନ୍ ଝାଡଖଣ୍ଡ ଆନ୍ଦୋଳନର ଜଣେ ଅଗ୍ରଣୀ ଯୋଦ୍ଧା ତଥା ଜଣେ ମହାନ ବିପ୍ଳବୀ ଥିଲେ। ତାଙ୍କ ମୃତ୍ୟୁ ପରଠାରୁ ମୁଁ ଏବଂ ମୋ ପରିବାର କ୍ରମାଗତ ଅବହେଳାର ଶିକାର ହୋଇଛୁ। ଦଳ ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ଆମକୁ ଅଲଗା କରାଯାଇଛି, ଯାହା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ।

Related posts

୮୦୦ରୁ ଅଧିକ ଔଷଧ ହେବ ମହଙ୍ଗା

mahabharatanews

ପରଲୋକରେ ସାଂସଦ ରତନ ଲାଲ କାଟରିଆ

mahabharatanews

ଓଡିଶାରେ ରାହୁଲଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ 

mahabharatanews