ଓଡିଶାଭାରତ

ଓଡିଶାରେ ରାହୁଲଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ 

(ଭୁବନେଶ୍ୱର) : ଆଜି ଅର୍ଥାତ ମଙ୍ଗଳବାର ଅପରାହ୍ନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରିବ। ରାହୁଲ ସୁନ୍ଦରଗଡ଼ ଜିଲ୍ଲାରେ ରେ ୪.୪ କିମି ପଦଯାତ୍ରା କରିବା ସହିତ ୪ଟି ଜନସମାବେଶରେ ସ‌େମ୍ବାଧିତ କରିବେ।

ସୂଚନାନୁଯାୟୀ , ସେହିସବୁ ସ୍ଥାନଗୁଡ଼ିକ ହେଲା, ବୀରମିତ୍ରପୁର, ରାଉରକେଲା ପାନପୋଷ ଛକ, ରାଣୀବନ୍ଧ(ରାଜଗାଙ୍ଗପୁର) ଓ ସୁନ୍ଦରଗଡ଼। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ରାହୁଲଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ବିସ୍ତୃତ ସୂଚନା ଦେଇଛନ୍ତି। ବୁଧବାର ସକାଳେ ରାମପାଲରୁ ବାହାରି ରାଉରକେଲା ଉଦିତନଗରରେ ପହଞ୍ଚିବେ। ପୂର୍ବାହ୍ନ ସାଢ଼େ ୯ଟାରେ ସ୍ଥାନୀୟ ଏସ୍‌ପି ଅଫିସ ସମ୍ମୁଖରୁ ପଦଯାତ୍ରା ବାହାରିବ। ପ୍ରାୟ ୩.୪ କିଲୋମିଟର ପଦଯାତ୍ରା ପାନପୋଷ ଛକରେ ପହଞ୍ଚିବାପରେ ପୂର୍ବାହ୍ନ ୧୦ଟାରେ ଜନସମାବେଶରେ ସେ ଯୋଗଦେବେ।

Related posts

ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ, ଆସନ୍ତାକାଲିଠୁ ପ୍ରବଳ ବର୍ଷା  

mahabharatanews

୭୭ ତମ ସାଧାରଣତନ୍ତ୍ର ଦିବସ ଆଡମ୍ବର ସହକାରେ ପାଳିତ

mahabharatanews

ଉଛୁଳୁଛି ହୀରାକୁଦ; ଖୋଲିପାରେ ଆଉ କିଛି ଗେଟ୍ !

mahabharatanews