ଓଡିଶା

ନଭେମ୍ବର ୨୭ରୁ ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା

(କଟକ) : ଆସନ୍ତା ନଭେମ୍ବର ୨୭ ତାରିଖରୁ କଟକର ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବାଲିଯାତ୍ରା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ସୂଚନାନୁଯାୟୀ , ଲକ୍ଷ ଲକ୍ଷ ଦର୍ଶକ ଏହି ବାଲିଯାତ୍ରାକୁ ଆଗମନ କରୁଥିବା ହେତୁ ଏହାକୁ ଦୃଷ୍ଟିରେ ରଖୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବା ସହ ଘଟଣାମୁକ୍ତ ବାଲିଯାତ୍ରା ସଂଗଠିତ କରାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ଗାଡିରହଣୀସ୍ଥଳ ଚିହ୍ନଟ, ଯାନବାହାନ ନିୟନ୍ତ୍ରଣ ଓ ୱାଟ ଟାୱାର ନିର୍ମାଣକୁ ପ୍ରାଧାନ୍ୟ ଦିଆଯିବା ସହ ଆବଶ୍ୟକସ୍ଥଳେ ଅତିରିକ୍ତ ଫୋର୍ସ ନିୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି  ।

Related posts

କରୋନା ମୁକାବିଲା: ଓଡ଼ିଶା ଆଶା କର୍ମୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ହଜାର ଟଙ୍କାର  ପ୍ରଦାନ 

mahabharatanews

ରାଜ୍ୟରେ ୧୦୯୯ ଖାଲି ଏଏନଏମ ପଦବୀ ପୂରଣ କରାଯିବ: ନବ ଦାସ

mahabharatanews

ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସେବା ଶିବିର ଏବଂ ପଣା ବଣ୍ଟନ

mahabharatanews