ଓଡିଶା

ମଣ୍ଡିରୁ ଧାନ ନ ଉଠିବା ନେଇ ଚାଷୀ ହନ୍ତସନ୍ତ

ଗୋପ: ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକରେ ଧାନ ମଣ୍ଡିରୁ ଧାନ ଉଠାଉନାହାନ୍ତି । ଏପରିକି ଦୁଇଟି ଧାନ ମଣ୍ଡିରେ ୪ ଶହ ଧାନବସ୍ତା ପଡି ରହିଛି । ମିଲରଙ୍କ ଦେଖା ନାହିଁ ବୋଲି ଚାଷୀ ରମେଶ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ପଶାନ୍ତ ଜେନା, କାର୍ତ୍ତିକ ପ୍ରଧାନ, ସାଗର ପ୍ରଧାନ ପ୍ରମୁଖ ଏକାଧିକ ଚ ।ଷୀ ଏହି ଅଭିଯୋଗ ଆରିଛନ୍ତି । ସମବାୟ ସମିତିର ସୁପରଭାଇଜର ପ୍ରଫୁଲ୍ଲ ସ୍ୱାଇଁଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କୁହନ୍ତି ହୁମର ସେବା ସମବାୟ ସମିତି ଓ ଗୁଆଳିପଡା ପଞ୍ଚାୟତର ଆଲୋକ ସେବା ସମବାୟ ସମିତିରୁ ନିର୍ଦ୍ଦିଷ୍ଟ ଚାଷୀଙ୍କର ୪୯୮ କୁଇଣ୍ଟାଲ ଧାନ ଉଠିବା କଥା । ମାତ୍ର ଅରିଶଲର ଶ୍ରୀ ଗୋପାଳଜିଉ ରାଇସମିଲ ଧାନ ଉଠାଇବା ପାଇଁ ଯୋଗାଣ ବିଭାଗ ଠାରୁ ଅନୁମତି ପାଇଛି । ମାତ୍ର ୯୮ କୁଇଣ୍ଟାଲ ଧାନ ଉଠାଇବା ପରେ ଆଉ ମିଲରଙ୍କର ଦେଖା ନାହିଁ ବୋଲି କହିଥିଲେ । ଫଳରେ ଧାନ ମଣ୍ଡିରେ ପଡି ରହିଛି । ଏସମ୍ପର୍କରେ ପୁରୀ ଯୋଗାଣ ବିଭାଗ ଅଧିକାରୀଙ୍କୁ ଫୋନ ଯୋଗେ ପଚାରିବାରୁ ସେ ଏକଥାକୁ ଏଡେଇ ଦେଇଥିଲେ । ଫଳରେ କି ଚାଷୀମାନେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ଏହି ଘଟଣାରୁ ପୁରୀ ନିମାପଡା ସେବା ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ବୈରାଗୀ ଜେନା ଦୃଢ ନିନ୍ଦା କରିବା ସହ ତୁରନ୍ତ ପୁରୀ ଜିଲ୍ଲାପାଳ ମିଲରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

Related posts

ଅସହ୍ୟ ତାତି : ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ପାରଦ

mahabharatanews

ଚିନ୍ତା ବଢ଼ାଇଛି ସାଇବର ଠକ , ଲୁଟିନେଲେଣି କୋଟିରୁ ଅଧିକ ଟଙ୍କା

mahabharatanews

କାଇଁଝରି ଡ୍ୟାମରେ ଶହଶହ ମଲା କୁକୁଡା ଭାସିବାକୁ ନେଇ ଲୋକେ ଆତଙ୍କିତ

mahabharatanews