ଓଡିଶା

ପୋଖରିରେ ବାପା ଝିଅଙ୍କ ସଲିଳ ସମାଧି

ନୂଆପଡା: ଖୁସିରେ ବାପା ଝିଅ ଗାଧେଇବାକୁ ପୋଖରିକୁ ଯାଇଥିଲେ । ହେଲେ ଏହି ଗାଧେଇବା ହେଲା ଶେଷ ଗାଧୁଆ । ପୋଖରିରେ ଉଭୟ ବାପା ଝିଅ ନେଲେ ସଲିଳ ସମାଧି । ଏପରି ଦୁଃଖଦ ଘଟଣା ଘଟିଛି ନୂଆପଡା ଜିଲ୍ଲା ଏନଏସି ଅନ୍ତର୍ଗତ ସାଲେଭଟା ଗ୍ରାମରେ । ଉଭୟଙ୍କ ମୃତଦେହକୁ ପୋଖରିରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଏନଏସି ଅନ୍ତର୍ଗତ ସାଲେଭଟା ଗ୍ରାମର ଜନୈକ ବ୍ୟକ୍ତି ନିଜ ୫ ବର୍ଷର ଝିଅ ସହ ଗାଧୋଇବାକୁ ଗାଁ ପୋଖରିକୁ ଯାଇଥିଲେ । ବହୁ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ନ ଫେରିବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ପୋଖରି କୂଳରେ ଉଭୟଙ୍କ ଚପଲ ଓ ଗାମୁଛା ଦେଖି ପୋଖରିରେ ବୁଡିଯାଇଥିବା ଲୋକଙ୍କ ମନରେ ସନ୍ଦେହ ହୋଇଥିଲା ଓ ଗ୍ରାମବାସୀ ପୋଖରି ଭିତରେ ପଶି ଉଭୟଙ୍କୁ ଖୋଜିବାରୁ ସେମାନଙ୍କ ମୃତଦେହ ମିଳିଥିଲା । ଝିଅଟି ବୁୁଡିଯାଉଥିବା ବେଳେ ବାପା ତାକୁ ବଞ୍ଚାଇବାକୁ ଯାଇ ବୁଡିଯାଇଥିବା ସନ୍ଦେହ କରାଯାଉଛି ।

Related posts

ପ୍ରବଳ ବର୍ଷା  ସମ୍ଭାବନା;୧୭ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି 

mahabharatanews

ଏନ୍ଟିପିସି ପକ୍ଷରୁ ଛାତ୍ରଛାତ୍ରୀଙ୍କ ମାନସିକ ଦକ୍ଷତା ବିକାଶ କର୍ମଶାଳା

mahabharatanews

୩୦ଟି ବଗି ଛାଡ଼ି ପଳାଇଲା ଇଞ୍ଜିନ୍

mahabharatanews