ଓଡିଶା

ନଈ ପାଣିରେ ଭାସି ଗଲେ ବାପ-ପୁଅ

ଯାଜପୁର: ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ଘେରରେ ରହିଛି । ଏଥି ସହିତ ବ୍ରାହ୍ମଣୀ ନଦୀ ବନ୍ଧ ଭାଙ୍ଗି ଯାଇଥିବାରୁ ଘରେ ଘରେ ପାଣି ପଶିଯାଇଛି । ତେବେ ଏହା ଭିତରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ବଢି ପାଣିରେ ଭାସି ଯାଉଥିବା ଗାଈକୁ ବଞ୍ଚାଇବାକୁ ଯାଇ ବାପ-ପୁଅ ଉଭୟ ଭାସିଯାଇଥିବା ଜଣାପଡିଛି ।
ଏଭଳି ଏକ ଘଟଣା ଯାଜପୁର ବରୀ ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଗାଈଟିଏ ବଢି ପାଣିରେ ଭାସି ଯାଇଥିଲା । ଏହାକୁ ଉଦ୍ଧାର କରିବାକୁ ଯାଇ ସେହି ଗାଁର କିଶୋର ସିଂ ଏବଂ ପୁଅ କୈଳାସ ସିଂ ମଧ୍ୟ ପାଣି ସୁଅରେ ଭାସି ଯାଇଛନ୍ତି । ଖୋଜାଖୋଜି ପରେ ମଧ୍ୟ ଏପର୍ଯ୍ୟନ୍ତ ଦୁହିଁଙ୍କର ପତ୍ତା ମିଳି ପାରି ନାହିଁ ।

Related posts

ଛେଳିମାନଙ୍କ ସହ ଭାସିଯାଇଥିବା ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

mahabharatanews

ଆସନ୍ତା ୩ରୁ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

mahabharatanews

ଅପରାହ୍ନରେ ଜାରି ରହିଛି ପ୍ରବଳ ବର୍ଷା 

mahabharatanews