ମନୋରଞ୍ଜନ

ଦ୍ବିତୀୟ ଦିନରେ ୭୫ କୋଟି ରୋଜଗାର କଲା ‘ଫାଇଟର୍‌’

(ମୁମ୍ବାଇ) : ଗତ ୨୫ ତାରିଖରେ ମୁକ୍ତିଲାଭ କରିଛି ହ୍ରିତିକ୍‌ ରୋଶନଙ୍କ ଅଭିନୀତ ‘ଫାଇଟର୍‌’। ମାତ୍ର ଦୁଇ ଦିନ ମଧ୍ୟରେ ସିନେମାଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରିଛି। ଏହି କାରଣରୁ ଭାରତରେ ଫିଲ୍ମର କଲେକ୍ସନ୍ ଦୁଇ ଦିନରେ ୫୦କୋଟି ଟଙ୍କା ଅତିକ୍ରମ କରିଛି। ସିନେମାଟିର ବିଶ୍ବବ୍ୟାପୀ ସଂଗ୍ରହ ୭୫ କୋଟି ଟଙ୍କା ଅତିକ୍ରମ କରିଛି। ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ଦୁଇ ଦିନ ମଧ୍ୟରେ ଅନେକ ଦର୍ଶକଙ୍କ ମନକୁ ଛୁଇଁଯାଇଛି।

ସୂଚନାନୁଯାୟୀ , ଦ୍ୱିତୀୟ ଦିନରେ ‘ଫାଇଟର୍’ ଫିଲ୍ମର ଆୟ ୩୯ କୋଟି ଟଙ୍କା ଥିଲା। ଯାହାଫଳରେ ଭାରତରେ ରୋଜଗାର ୬୧.୫ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ପ୍ରଥମ ଦିନରେ ବିଶ୍ବବ୍ୟାପୀ ୩୬.୦୪ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନ ୭୫ କୋଟି ଟଙ୍କା କରିଛି।

Related posts

ମା’ ହେଲେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ

mahabharatanews

ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ କିଙ୍ଗ ଖାନ 

mahabharatanews

 ‘ଡିପ୍‌ଫେକ୍‌’ ବିବାଦ; ଆକ୍ସନ ମୋଡରେ ପୋଲିସ

mahabharatanews