ଓଡିଶା

ଚଳନ୍ତା କାରରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

(ମହାଭାରତ, ନୀଳଗିରି): ବାଲେଶ୍ୱର ଜିଲ୍ଲା ନୀଳଗିରିର ଜଗନ୍ନାଥ ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଚଳନ୍ତା କାରରେ ନିଆଁ ଲାଗି ଯାଇଥିବା ଦେଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ଯାଜପୁର ଅଞ୍ଚଳର ରତିରଞ୍ଜନ ପଣ୍ଡା ଓ ତାଙ୍କ ପରିବାର ନିଜ କାରରେ ନୀଳଗିରି ଆସିଥିଲେ । ତେବେ କାରରେ ସର୍ଟ ସର୍କିଟ ହୋଇଯାଇଥିଲା । ଏହା ଜାଣି ପାରି ପରିବାର ଲୋକେ ଗାଡିରୁ ଓହ୍ଲାଇ ଯାଇଥିଲେ । ପରେ କାରରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏଥିରେ ଥିବା ଯାତ୍ରୀମାନେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Related posts

ବାଲୁକା କଳାରେ ପବିତ୍ର ମହାଶିବରାତ୍ରୀ 

mahabharatanews

ପାରାଦ୍ୱୀପ ରିଫାଇନରୀ ପକ୍ଷରୁ ଉତ୍ପାଦକତା ସପ୍ତାହ

mahabharatanews

ଆଇଏଏସଙ୍କୁ ରାଜ୍ୟ ସରକାରଙ୍କ ନୁଆ ବର୍ଷ ଭେଟି: ବହୁ ଅଧିକାରୀଙ୍କୁ ପଦୋନ୍ନତି

mahabharatanews