(ମହାଭାରତ, ନୀଳଗିରି): ବାଲେଶ୍ୱର ଜିଲ୍ଲା ନୀଳଗିରିର ଜଗନ୍ନାଥ ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଚଳନ୍ତା କାରରେ ନିଆଁ ଲାଗି ଯାଇଥିବା ଦେଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ଯାଜପୁର ଅଞ୍ଚଳର ରତିରଞ୍ଜନ ପଣ୍ଡା ଓ ତାଙ୍କ ପରିବାର ନିଜ କାରରେ ନୀଳଗିରି ଆସିଥିଲେ । ତେବେ କାରରେ ସର୍ଟ ସର୍କିଟ ହୋଇଯାଇଥିଲା । ଏହା ଜାଣି ପାରି ପରିବାର ଲୋକେ ଗାଡିରୁ ଓହ୍ଲାଇ ଯାଇଥିଲେ । ପରେ କାରରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏଥିରେ ଥିବା ଯାତ୍ରୀମାନେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
previous post