ଓଡିଶାଦୁର୍ଘଟଣା

ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ

ନିଆକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ବ୍ରହ୍ମପୁର: ସ୍ଥାନୀୟ ଏମକେସିଜି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ନିଆଁ ଲାଗିଥିବା ପ୍ରଥମେ ଜଣାପଡିଥିଲା। ପରେ ଏଠାରୁ ଧୂଆଁ ବାହାରିବା ପରେ ଲୋକ ତଥା ରୋଗୀମାନେ ବାହାରକୁ ପଳାଇ ଆସିଥିଲେ। ତେବେ ସମସ୍ତ ବ୍ୟକ୍ତି ବିଶେଷ ସୁରକ୍ଷିତ ଥିବା ଜଣାପଡିଛି। ପ୍ଲାଷ୍ଟିକ ସର୍ଜରୀର ଅସ୍ତ୍ରୋପଚାର ୱାର୍ଡରେ ନିଆଁ ଲାଗିଥିବାର ହସ୍ପିଟାଲର ସୁରକ୍ଷା କର୍ମୀମାନେ ଦେଖିବାକୁ ପାଇଥିଲେ। ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରି ସାରିବା ପରେ ଅଗ୍ନିଶମ ବାହିନୀ ଘଟଣାର ତଦନ୍ତ ଚଲାଇଛି। ତେବେ କିପରି ଓ କେଉଁ ପରିସ୍ଥିତିରେ ହସ୍ପିଟାଲରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପ୍ରଥମେ ୱାର୍ଡରୁ ଧୂଆଁ ବାହାରିବା ପରେ ରୋଗୀ ଓ ସମ୍ପର୍କୀୟମାନେ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ। ତେବେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ଗତ ୨୦୧୬ ମସିହାର ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩୦ରୁ ଊର୍ଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

Related posts

ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ

mahabharatanews

ପୋଷ୍ଟ ମାଷ୍ଟରଙ୍କୁ ସମ୍ମାନିତ

mahabharatanews

ଜଳୁଛି ରାଜ୍ୟ : ୨୧ଟି ସହରରେ ୪୦ଡିଗ୍ରୀ ପାର

mahabharatanews