ଭାରତ

ଦିଲ୍ଲୀ ‘ଏମ୍‌ସ୍‌’ରେ ଭୟାବହ ଅଗ୍ନିକାଣ୍ଡ

(ଦିଲ୍ଲୀ) : ଅଚାନକ ଆଜି ଦିନ ୧୧.୪୫ରେ ଦିଲ୍ଲୀ ‘ଏମ୍‌ସ୍‌’ର ‘ଇମର୍ଜେନ୍‌ସି ୱାର୍ଡ’ ନିକଟରେ ଅବସ୍ଥିତ ‘ଏଣ୍ଡୋସ୍କୋପି’ ରୁମ୍‌ରେ ଅଗ୍ନିକାଣ୍ଡ । ଘଟଣାସ୍ଥଳେ ନିଆଁ ଲିଭାଇବା ପାଇଁ ଦିଲ୍ଲୀ ଅଗ୍ନିଶମ ସେବାର ୮ଟି ଦମକଳ ଘଟଣାସ୍ଥଳକୁ ପଠାଯାଇ ନିଆଁକୁ ଆୟତ୍ତ କରାଯାଇଛି। ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ‘ଇମର୍ଜେନ୍‌ସି ୱାର୍ଡ’ରୁ ‘ଫାୟାର୍‌ କଲ୍‌’ ମିଳିବା ପରେ ଆଖପାଖରେ ଥିବା ସମସ୍ତ ରୋଗୀ ଓ କର୍ମଚାରୀଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା। ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଦିଲ୍ଲୀ ‘ଏମ୍‌ସ୍‌’ କହିଛି, ନିଆଁ ନିୟନ୍ତ୍ରଣ କରାଯାଇଛି। ପରିସ୍ଥିତିର ସମୀକ୍ଷା କରିବା ଲାଗି ‘ଏମ୍‌ସ୍‌’ର ନିର୍ଦେଶକ ମଧ୍ୟ‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Related posts

ମେ’ ପହିଲାରୁ ବଦଳିବ GST ନିୟମ

mahabharatanews

ଛତିଶଗଡରେ ନିର୍ବାଚନୀ ହିଂସା 

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୫୪୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews