ଭାରତ

ଛତିଶଗଡରେ ନିର୍ବାଚନୀ ହିଂସା 

(ଛତିଶଗଡ) : ଆଜି ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ତେବେ ଏହାରି ଭିତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତାଜା ସୂଚନା ମୁତାବକ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିବାବେଳେ ଏଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଛତିଶଗଡ଼ରେ ୯୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ମତଦାନ ଆରମ୍ଭ ହୋଇଯାଇଛି।

ସୂଚନାନୁଯାୟୀ , ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରଭାବିତ ତଣ୍ଡାମୋରକା ଅଂଚଳରେ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ କୋବ୍ରା ୨୦୬ ବାଟାଲିୟନର ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । କୋବ୍ରା ଯବାନମାନେ ମତଦାନ କେନ୍ଦ୍ରକୁ ଯାଉଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା ।  ଏଥିରେ ଶ୍ରୀକାନ୍ତ ନାମକ ଯବାନ ଗୁରୁତର ଆହତ ହୋଇଛନ୍ତି ।

Related posts

“ବିଜେପି ଶାସିତ ରାଜ୍ୟ ବିରୋଧରେ କାହିଁକି ହେଉନାହିଁ  କାର୍ଯ୍ୟାନୁଷ୍ଠାନ  ?” ସୁପ୍ରିମକୋର୍ଟ

mahabharatanews

ଆଜି ପୁଣି ୪୯ ସାଂସଦ ନିଲମ୍ବିତ

mahabharatanews

ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ

mahabharatanews