ଭାରତ

ଗ୍ରେଟର ନୋଏଡା ଗାଲାକ୍ସି ପ୍ଲାଜା ବିଲ୍ଡିଂରେ ନିଆଁ

(ଗ୍ରେଟର ନୋଇଡା) : ଗାଲାକ୍ସି ପ୍ଲାଜା ବିଲ୍ଡିଂରେ ନିଆଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗ୍ରେଟର ନୋଏଡା ଠାରେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦଳ ସେଠାରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏଥିରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି  ।

ସୂଚନା ଅନୁଯାୟୀ, ଗୌର ସିଟି ୧ରେ ଥିବା ଗାଲାକ୍ସି ପ୍ଲାଜାର ତୃତୀୟ ମହଲାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଚନ୍ଦ୍ର ମିଶନରେ ଓଡିଶାର ପ୍ରମୁଖ ଭୂମିକା ବିଲ୍ଡିଂରେ ଫସି ରହିଥିବା କିଛି ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡ଼ୁଥିବା ଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଲୋକମାନେ ପାଟି କରି ତାଙ୍କୁ ଡେଇଁବାକୁ ପରାମର୍ଶ ଦେଇଥିଲେ । କିଛି ସମୟ ପରେ ସେ ତଳକୁ ଡେଇଁ ପଡ଼ିଥିଲେ । ସେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ବିଲ୍ଡିଂ ଭିତରେ ନିଆଁକୁ ଆୟତ୍ତ କରିବା ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା ।

Related posts

ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି ଦେଶର ରାଜଧାନୀ ଦିଲ୍ଲୀ

mahabharatanews

ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଛି ୫୦ ଫୁଟ ଲମ୍ବର ହକି ଵିଶ୍ଵ କପ ଟ୍ରଫି

mahabharatanews

ବିଜେପିରେ ଯୋଗ ଦେଲେ ଖଣି ବ୍ୟବସାୟୀ ଜି ଜନାର୍ଦ୍ଦନ ରେଡ୍ଡୀ

mahabharatanews