ଭାରତ

ମହିଳା ଯବାନଙ୍କୁ ମାତୃତ୍ୱ, ଶିଶୁ ଯତ୍ନ ପାଇଁ ମିଳିବ ଛୁଟି 

(ଦିଲ୍ଲୀ) : ମହିଳା ଯବାନଙ୍କ ପାଇଁ ଖୁସି ଖବର । ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ଯବାନଙ୍କୁ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପିଲାମାନଙ୍କର ପୋଷ୍ୟ ସନ୍ତାନ ପାଇଁ ଛୁଟି ଏବଂ ଅନ୍ୟାନ୍ୟ ସୁବିଧା ଭଳି ସମାନ ସୁବିଧା ମିଳିବ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରସ୍ତାବର ଅନୁମୋଦନ ପରେ ବର୍ତ୍ତମାନ ମହିଳା ଯବାନ, ନ୍ୟାଭି ଏବଂ ମହିଳା ବାୟୁସେମା ଯୋଦ୍ଧା ମାନଙ୍କୁ ସମାନ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଛୁଟି ପ୍ରଦାନ କରାଯିବ ।

ସୂଚନାନୁଯାୟୀ , ତେବେ ଏହି ନୂଆ ନିୟମ ଲାଗୁ ହେବା ପରେ ସମସ୍ତ ସେନାରେ ସମସ୍ତ ମହିଳା କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବ । ବର୍ତ୍ତମାନ ସେନାରେ କାର୍ଯ୍ୟରତ ଅଫିସରମାନେ ଯେଉଁ ପରି ଛୁଟି ପାଉଛନ୍ତି ସେହିପରି ଯବାନ ମହିଳା ଅଧିକାରୀଙ୍କୁ ମଧ୍ୟ ଛୁଟି ମଳିବ । କର୍ମଚାରୀଙ୍କ ମଧ୍ୟ ସମାନତା ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ୍ ଛୁଟି ନିୟମର ସମ୍ପ୍ରସାରଣ ସେନାରେ କାର୍ଯ୍ୟରତ ମହିଳାଙ୍କର ବିଭିନ୍ନ ପାରିବାରିକ ଏବଂ ସାମାଜିକ ସମସ୍ୟାର ସଧାନ ହେବ ଏବଂ କାର୍ଯ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ଆଣିବ । ଉଭୟ ବୃତ୍ତିଗତ ଏବଂ ପାରିବାରିକ ଜୀବନ ଉପରେ ଭଲ ପ୍ରବାଭ ପକାଇବ ।

Related posts

ମିସାଇଲ୍‌ ମାଡ଼ରୁ ବର୍ତିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

mahabharatanews

 ଆଜି ପ୍ରଥମ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଅପରାହ୍ଣ ୨ଟା ୩୫ରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

mahabharatanews