ଭାରତ

ଚନ୍ଦ୍ରଯାନ-୩ ଲଞ୍ଚ ପୂର୍ବରୁ ତିରୁପତି ଗଲେ ବୈଜ୍ଞାନିକ

(ଦିଲ୍ଲୀ):  କଥାରେ ଅଛି ଭଗବାଙ୍କ ବିନା ପତ୍ରଟିଏ ବି ହଲିବା ଅସମ୍ଭବ । ଯାହାର ଉଦାହରଣ ଦେଖିବାକୁ ମିଳିଛି । ଚନ୍ଦ୍ରଯାନ-୩ ଲଞ୍ଚ ପୂର୍ବରୁ ତିରୁପତି ଗଲେ ବୈଜ୍ଞାନିକ। ବାଲାଜୀ ଭଗବାନଙ୍କ ପାଖରେ ପ୍ରତ୍ରିକୃତି ଦେଖାଇ କହିଲେ କାଲି ଏହା ଲଞ୍ଚ ହେବ   ଆନ୍ଧ୍ରପ୍ରଦେଶର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ନୂତନ ଲଞ୍ଚ ଭେହିକ୍‌ଲ ଏଲ୍‌ଭିଏମ୍‌-୩ ସାହାଯ୍ୟରେ ଏହାକୁ ଉତ୍‌କ୍ଷେପଣ କରାଯିବ।

ସୂଚନାନୁଯାୟୀ , ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଏହାକୁ ଉତ୍‌କ୍ଷେପଣ କରାଯିବ। ଜୁଲାଇ ୧୪ରେ ଏହି ଯାନ ତା’ର ଊର୍ଦ୍ଧ୍ବଗତି ଆରମ୍ଭ କରି ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପୂର୍ବରୁ ଗତମାସରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଥିଲେ ଯେ, ଜୁଲାଇ ୧୩ରୁ ୧୯ ଭିତରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯିବ।

Related posts

ଆଜି ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ ; ଚଣ୍ଡିଗଡ଼ର ସୁଖ୍ନା ଲେକରେ ହେଉଛି ଏୟାର ସୋ

mahabharatanews

୪,୫୦୦ କିଲୋ ବାଣ ନେଇ ଯାଉଥିବାବେଳେ ଲାଗିଲା ନିଆଁ

mahabharatanews

ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ

mahabharatanews