ଓଡିଶା

କରଞ୍ଜିଆ: ଟ୍ରେଜେରୀ ଅଫିସରେ ଭୟାବହ ଅଗ୍ନିକାଣ୍ଡ

କରଞ୍ଜିଆ: କରଞ୍ଜିଆ ଟ୍ରେଜେରୀ ଅଫିସ୍ରେ ଭୟାବହ ଅଗ୍ନିକାଣ୍ଡ । ଆଜି ଭୋର୍ ୪ଟା ବେଳେ ଟେଜେରୀ ଅଫିସରେ ନିଆଁ ଲାଗି ଯାଇଥିଲା। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଅନେକ କମ୍ପ୍ୟୁଟର ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ କିପରି ଘଟିଲା ତାକୁ ନେଇ କୌଣସି ସୂଚନା ମିଳିନାହିଁ ।
ଭୋର ପ୍ରାୟ ୪ଟା ସମୟ । ହଠାତ୍ କରଞ୍ଜିଆ ଟ୍ରେଜେରୀ ଅଫିସରୁ ବାହାରିଲା ନିଆଁ ଧାସ । ଖବର ପାଇ ଅଗ୍ନିଶମ ବାହିନୀ ଧାଇଁଥିଲା ଘଟଣାସ୍ଥଳକୁ । ଅଗ୍ନିଶମ ବାହିନୀର ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହାରି ମଧ୍ୟରେ ଟ୍ରେଜେରୀର ବହୁ କାଗଜ ପତ୍ର ପୋଡି ନଷ୍ଟ ହୋଇଯାଇଛି । କମ୍ପ୍ୟୁଟର ମଧ୍ୟ ପୋଡି ଯାଇଛି । ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । ତେବେ ଟେଜେରୀରେ ୫ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିଥିବା ବେଳେ କିପରି ନିଆଁ ଲାଗିଲା ତାହା ସନ୍ଦେହ ସୃଷ୍ଟି କରିଛି । ପ୍ର।।ରମ୍ଭିକ ସ୍ଥିତିରେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହାକୁ ନେଇ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ନିଆଁ ଲାଗିବାକୁ ନେଇ ସ୍ଥାନୀୟ ପୁଲିସ ତଦନ୍ତ ଆରମ୍ଭ କରିଛି ।

 

Related posts

ରାଜ୍ୟରେ ବଢିବ ଶୀତ

mahabharatanews

ଜେଲରେ ଅନୁତାପ କରୁଛି କି ଶିବ ?

mahabharatanews

ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ସମୟରେ ହେବ ପାଠପଢ଼ା

mahabharatanews