ଅପରାଧ

୩ ଲୁଟେରାଙ୍କୁ କାବୁ କରିନେଇଛି କମିଶନରେଟ ପୁଲିସ

ଭୁବନେଶ୍ୱର/ଆଦର୍ଶ ରାଉତ: ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଲୁଟେରାଙ୍କ ରାଜୁତି । ରାଜଧାନୀ ଏବେ ଲୁଟେରାଙ୍କ କବଜାରେ । କମିଶନରେଟ ପୁଲିସ ଏହି ଲୁଟେରାଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ହୋଇପଡିଲାଣି । ଏମାନଙ୍କୁ ଧରିବାକୁ ଚଳାଇଛି ତନାଘନା । ଏମିତି ପୁଲିସ ତନାଘନା ଭିତରେ ଗତକାଲି ବିଳମ୍ବିତ ରାତିରେ ସହିଦନଗର ଥାନା ପୁଲିସକୁ ମିଳିଛି ବଡ ସଫଳତା । ସହିଦନଗର ଥାନା ଅନ୍ତର୍ଗତ ସତସଂଘ ବିହାର ନିକଟରେ ଲୁଟେରାମାନେ ବନ୍ଧୁକ ଧରି ଲୁଟ ପାଇଁ ସଜ ହେଉଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିନେଇଛି ।
ରାତି ପ୍ରାୟ ୩ଟା ହେବ । ସତସଂଘ ବିହାର ରାସ୍ତାରେ ଏକ ୩ ଜଣିଆ ଲୁଟେରା ଗ୍ୟାଙ୍ଗ ହାତରେ ବନ୍ଧୁକ ଧରି ଲୁଟ ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇଲା ସହିଦ ନଗର ଥାନା । କ।।ଳ ବିଳମ୍ବ ନ କରି ପିସିଆର ୩୪ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲା । ପୁଲିସକୁ ଆସୁଥିବା ଦେଖି ଲୁଟେରାମାନେ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ ଲୁଟେରାଙ୍କ ପଛରେ ଧ।।ଇଁ ଶେଷରେ ୩ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଲୁଟେରାଙ୍କ ନିକଟରୁ ପୁଲିସ ଗୋଟିଏ ବନ୍ଧୁକ ଓ ଗୋଟିଏ ବାଇକ ଜବତ କରିଛି । ଏହି ଲୁଟେରା ଗ୍ୟାଙ୍ଗରେ ଆଉ କିଏ ସବୁ ଅଛନ୍ତି ତାର ମଧ୍ୟ ତଦନ୍ତ ଆରମ୍ଭ କରିଛି । ଆଗକୁ ପୁଲିସକୁ ଏମାନଙ୍କଠାରୁ ବହୁ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

Related posts

ସ୍କୁଲ ଫି ପାଇଁ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଲେ ସ୍କୁଲ କର୍ତ୍ତୃପକ୍ଷ

mahabharatanews

ଓଡିଶା ପୋଲିସ ସବ-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତିର ଅନୁସନ୍ଧାନ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ

mahabharatanews

କରୋନା ସମୟରେ ଅବକାରୀ ବିଭାଗର ଚଢାଉ

mahabharatanews