ଓଡିଶା

ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ସମୟରେ ହେବ ପାଠପଢ଼ା

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ଗ୍ରୀଷ୍ମକାଳୀନ ଛୁଟି ସମୟରେ ମଧ୍ୟ ପାଠପଢ଼ା ହେବ । ଗ୍ରୀଷ୍ମକାଳୀନ ଛୁଟିରେ ପାଠପଢ଼ାଇବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। କୋଭିଡ୍‌ ଯୋଗୁ ବଳକା ରହିଥିବା କୋର୍ସ ଶେଷ କରାଯିବ । ଖରାଛୁଟିରେ ପାଠପଢ଼ା ନେଇ ଗଣଶିକ୍ଷା ବିଭାଗ ସଚିବ ସୂଚନା ଦେଇଛନ୍ତି । ସେହିପରି ଅନ୍ୟପଟେ ଆଗାମୀ ଦୁଇ ମାସ ସକାଳୁଆ ସ୍କୁଲ କରାଯିବ ନେଇ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏ ସ୍କୁଲ ଆସିବେ । ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୧୧ଟା ୩୦ ଯାଏ କ୍ଲାସ ହେବ । ସୂଚନାଯୋଗ୍ୟ ଯେ ରାଜ୍ୟରେ କରୋନା ପାଇଁ ପିଲାଙ୍କ ପାଠ ପଢ଼ା ଉପରେ ବେଶ ପ୍ରଭାବ ପଡିଛି । ଏବେ କରୋନା ସଂକ୍ରମଣ କମିବା ପରେ ରାଜ୍ୟରେ ପର୍ଯ୍ୟାୟ କ୍ରମେ ସ୍କୁଲ ଓ କଲେଜ ଖୋଲା ଯାଇଛି ।

Related posts

ପାର୍କିଂ କଳିରୁ ଡବଲ ମର୍ଡର !

mahabharatanews

ମା ସୁରାଦେଇ ଠାକୁରାଣୀଙ୍କ ବାର୍ଷିକ ସାଂସ୍କୃତିକ ଉତ୍ସବରେ ବିଧାୟକ

mahabharatanews

ଅମ୍ଫାନ ସାଇକ୍ଲୋନ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାର ଜାରି ରହିଛି ବର୍ଷା

mahabharatanews