Uncategorized

‘ଦ ନ୍ୟୁ ଡାଇମଣ୍ଡ’ ତୈଳ ଟ୍ୟାଙ୍କରରେ ନିଆଁ

ନୂଆଦିଳ୍ଲୀ: ଶ୍ରୀଲଙ୍କାର ପୂର୍ବତଟର ଭାରତ ମହାସାଗରେ ଏକ ତେଲ ଟ୍ୟାଙ୍କରରେ ଅଗ୍ନିକାଣ୍ଡ । ଇଣ୍ଡିଆନ ଅଏଲ କର୍ପୋରେସନର ପ୍ରାୟ ୨ ମିଲିଅନ୍ ବ୍ୟାରେଲ ତେଲ ନେଇ ଯାଉଥିବା ସୁପର ଟ୍ୟାଙ୍କରରେ ଲାଗିଛି । ଟ୍ୟାଙ୍କର ନାଁ ‘ଦ ନ୍ୟୁ ଡାଇମଣ୍ଡ’ ଓ ଏହା ଏକ ବଡ଼ କ୍ରୂଡ କ୍ୟାରିଅର । ରେସକ୍ୟୁ ଅପରେସନ୍ ପାଇଁ ସେପ୍ଟମ୍ବେର ୩ରେ ଶ୍ରୀଲଙ୍କା ଗୋଟିଏ ଏୟାରକ୍ରାଫ୍ଟ ଓ ଦୁଇଟି ନେଭି ଜାହାଜକୁ ପଠାଇଥିବା ଶ୍ରୀଲଙ୍କା ନେଭି ପ୍ରବକ୍ତା ସୂଚନା ଦେଇଛନ୍ତି। କ୍ରୁର ୨୩ଜଣ କ୍ରିୟୁ ସଦସ୍ୟ ନିଖୋଜ ଅଛନ୍ତି। ଜଣେ ଆହତ ହୋଇଛନ୍ତି। ନ୍ୟୁ ଡାଏମଣ୍ଡରେ ପ୍ରଥମେ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିଲା। ଯାହାକୁ ଅଣାୟତ୍ତ କରିବା ଆଦୌ ସହଜ ନ ଥିଲା। ବୋର୍ଡରେ ୨୩ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରେ ଆହତ ହୋଇଥିବା ଜଣେ ସଦସ୍ୟଙ୍କୁ ଶ୍ରୀଲଙ୍କା ଅଣାଯାଇଛି।
ଶ୍ରୀଲଙ୍କା ଏୟାର ଫୋର୍ସ ଦ୍ବାରା ଏହାର ଫଟୋ ଉତ୍ତୋଳନ ହୋଇଛି। ଘନ କଳା ଧୂଆଁ ଓ ନିଆଁ ଟ୍ୟାଙ୍କରରୁ ବାହାରି ଥିବା ଦେଖିବାକୁ ମିଳିଛି। ଏହି ତେଲ ଟ୍ୟାଙ୍କର କୁଏତରେ ମୀନା ଅଲ ଅହମଦୀ ପୋର୍ଟରୁ ଆସୁଥିଲା। ଏହା କୁଏତ ଏକ୍ସପୋର୍ଟ କ୍ରୁଡକୁ ନେଇ ଭାରତ ଯାଉଥିଲା।
ଶ୍ରୀଲଙ୍କର ପ୍ରବକ୍ତା କମାଣ୍ଡର ରଞ୍ଜିତ ରାଜପକ୍ଷେ କହିଛନ୍ତି ପୂର୍ବ ତଟରୁ ୨୦ ନର୍ଟିକଲ ମାଇଲ (ପ୍ରାୟ ୩୭ କିମି) ଦୂର ଟ୍ୟାଙ୍କରରେ ନିଆଁ ଲାଗିଛି। ପ୍ରଥମେ ଟ୍ୟାଙ୍କରର ଲୋକେସନ କଲମ୍ବୋ ନିକଟବର୍ତୀ ଥିଲା। ଉଦ୍ଧାର କାର୍ୟ୍ୟ ପାଇଁ ଶ୍ରୀଲଙ୍କାର ଏୟାରଫୋର୍ସ ଗୋଟିଏ ଅବଜରଭେସନ ଏୟାରକ୍ରାଫ୍ଟ ଓ ଦୁଇଟି ନେଭି ଜାହାଜ ପଠାଇଛି। ଶ୍ରୀଲଙ୍କାର ମରିନ ପ୍ରୋଟେକସନ୍ ଅଥୋରିଟି କହିଛନ୍ତି ଟ୍ୟାଙ୍କରରୁ ତେଲ ଲିକ୍ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯିବ। ଟ୍ୟାଙ୍କରରେ ଥିଲା ୨୭୦.୦୦୦ ଟନ୍ ତେଲ ।

Related posts

ପଦୋନ୍ନତିରେ ସଂରକ୍ଷଣ: ସୁପ୍ରିମକୋର୍ଟଙ୍କ ବିରୋଧରେ ଭୀମ ଆର୍ମୀର ମୋର୍ଚ୍ଚା

mahabharatanews

ଏପ୍ରିଲ ୩୦ ଯାଏ ଲକଡାଉନ ଘୋଷଣା କଲା ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ

mahabharatanews

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ; NEET-UGର ପୁନଃପରୀକ୍ଷା ହେବନି

mahabharatanews

Leave a Comment