ଓଡିଶା

ପୁରୀରେ ଅଗ୍ନିକାଣ୍ଡ , ୮ଲକ୍ଷ ଟଙ୍କର ସମ୍ପତ୍ତି ନଷ୍ଟ

ପୁରୀ/ ଜୟନ୍ତ କୁମାର ସେଠି: ଗୋଟେ ଅଗ୍ନିକାଣ୍ଡ ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ପୁରୀରେ ଲାଗିଲା ନିଆଁ। ବାସେଳୀ ସାହି ଥାନା ଅନ୍ତର୍ଗତ ଗୋଖା ସାହିରେ ଥିବା ଏକ ଖଡ଼ି ମୂର୍ତ୍ତି ଗୋଦାମରେ ଲାଗିଲା ନିଆଁ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଗୋଟିଏ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି। ସର୍ଟ ସର୍କିଟ ଯୋଗୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଅଗ୍ନିକାଣ୍ଡରେ ପାଖାପାଖି ୮ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଗୋଦାମ ମାଲିକ ଅଭିଯୋଗ କରିଛନ୍ତି। ଆଜି ମଧ୍ୟାହ୍ନ ସମୟରେ ଖଡ଼ି ଗୋଦାମରେ କର୍ମଚାରୀ ମାନେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଥିଲେ। ସେହି ସମୟରେ କରେଣ୍ଟ ଚାଲିଯିବାରୁ ସମସ୍ତେ ଘର ବାହାରକୁ ଚାଲି ଆସିଥିଲେ। ତେବେ କରେଣ୍ଟ ଆସିବା କ୍ଷଣି ସର୍ଟ ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି ଲୋକଙ୍କ ଜୀବନହାନୀ ହୋଇନାହିଁ।

Related posts

ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ

mahabharatanews

ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର

mahabharatanews

ପ୍ରସ୍ତାବ ଛଳରେ କ୍ଷମତା ମାଗିଲେ ନବୀନ

mahabharatanews