କରଞ୍ଜିଆ: ହୁହୁ ହୋଇ ଜଳୁଛି ଜଙ୍ଗଲ, ଲିଭିବାର ନାଁ ଧରୁନି । ଶିମିଳିପାଳରେ ପାହଡରୁ ପାହାଡ ଡେଉଁଛି ନିଆଁ । ନିଆଁ ଲାଗି ସମଗ୍ର ପରିବେଶ ଧୂଆଁମୟ ହୋଇପଡିଛି । ତେବେ ଆଜି ସକାଳ ସୁଦ୍ଧା ୩୫ ଟି ସ୍ଥାନରେ ଲାଗିଛି ନିଆଁ । ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ୨୨ ଟି ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ୧୩ ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ । ସୂଚନା ଅନୁଯାୟୀ, ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି । ଶିମିଳିପାଳ ଉତ୍ତର ଜୋନ ବନ୍ୟପ୍ରାଣୀ ବନଖଣ୍ଡ ଅଧିନ ରେ ୧୩ ଟି ସ୍ଥାନରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଫାୟାର ସ୍କୋଡ୍, ବନ କର୍ମଚାରୀ ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟରେ ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ପାର କରିଥିବା ବେଳେ ହିଟ୍ୱେ ଭଟ୍ୱେ ଦେଖିବାକୁ ମିଳିଛି । ଖରାରେ ଗଛପତ୍ର ଶୁଖିଯାଉଛି । ତେବେ ଜଙ୍ଗଲରେ କିପରି ନିଆଁ ଲାଗିଲା ତାହା ଉପରେ ଛାନଭିନ କରୁଛି ବନ ବିଭାଗ । ସେପଟେ ଜଙ୍ଗଲ ନିଆଁ ପ୍ରଭାବରେ ବହୁସଂଖ୍ୟାରେ ବନ୍ୟଜନ୍ତୁ ଶିମିଳିପାଳ ଛାଡି ଜନବସତିକୁ ପଳାଇ ଆସୁଛନ୍ତି । ଶିକାରୀ କିମ୍ବା ଜଙ୍ଗଲ ପାଖ ଗ୍ରାମବାସୀଙ୍କ ହାବୁଡରେ ପଡି ସେମାନଙ୍କର ଜୀବନ ମଧ୍ୟ ଯାଉଛି । ତେବେ ଜନବସତିକୁ ଚାଲି ଆସୁଥିବା ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ।
previous post
