ଭାରତ

ଦିଲ୍ଲୀରେ ବାଣ ଫୁଟାଇବା ନିଷିଦ୍ଧ

(ଦିଲ୍ଲୀ) :  ଦିଲ୍ଲୀ ସରକାରଙ୍କ ବଡ ଘୋଷଣା ‌। ଏ ବର୍ଷ ଦୀପାବଳି ସମୟରେ ଦିଲ୍ଲୀ ଓ ରାଜଧାନୀ ଅଞ୍ଚଳରେ ସମସ୍ତ ପ୍ରକାର ବାଣ ତିଆରି, ବିକ୍ରି, ଗଚ୍ଛିତ ରଖିବା ଓ ଫୁଟାଇବା ନିଷିଦ୍ଧ। ଶୀତଋତୁରେ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନର ଅଂଶସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସାରା ସହରରେ କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ପୋଲିସକୁ କୁହାଯିବ। ଗତ ତିନିବର୍ଷ ହେଲା ଦିଲ୍ଲୀରେ ବାଣ ଉପରେ କଟକଣା ଲାଗି ଆସୁଛି। ଗତ ପାଞ୍ଚ-ଛଅ ବର୍ଷ ହେଲା ଦିଲ୍ଲୀରେ ବାୟୁମାନରେ ଉନ୍ନତି ଘଟିଥିଲେ ମଧ୍ୟ ଏହାକୁ ଆହୁରି ଭଲ କରିବାର ଆବଶ୍ୟକତା ରହିଛି। ସେଥିପାଇଁ ବାଣ ଉପରେ ଏ ବର୍ଷ ମଧ୍ୟ କଟକଣା ଲଗାଗଲା ବୋଲି ସେ କହିଛନ୍ତି।

 

Related posts

ଜାମ୍ମୁ କାଶ୍ମୀର ସଂଶୋଧନ ବିଲ୍ ପାରିତ

mahabharatanews

୪୦କୋଟି ଆୟ କଲା ଡ୍ରିମ୍ ଗର୍ଲ- ୨ 

mahabharatanews

ତଦନ୍ତରେ ଉକ୍ରର୍ଷତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା

mahabharatanews