ଓଡିଶା

ରାଜଧାନୀରେ ଡେଙ୍ଗୁ ଆତଙ୍କ , ଜଣେ ନାବାଳିକା ମୃତ

(ଭୁବନେଶ୍ୱର)  : ରାଜଧାନୀରେ ମୁଣ୍ଡ ଟେକିବା ଆରମ୍ଭ କଲାଣି  ଡେଙ୍ଗୁ ଆତଙ୍କ । ଡେଙ୍ଗୁ ନେଇଗଲା ପ୍ରଥମ ଜୀବନ । ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଜୀବନ ନେଇଛି ଡେଙ୍ଗୁ । ଖଣ୍ଡଗିରି ଧର୍ମବିହାର ଅଞ୍ଚଳ 63 ନମ୍ବର ୱାର୍ଡରେ ଜଣେ ୭  ବର୍ଷୀୟା ନାବାଳିକାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଡେଙ୍ଗୁ ଆକ୍ରାନ୍ତ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ନାବାଳିକା । ଏହି ସମୟରେ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଡେଙ୍ଗୁରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ବେଳେ ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ଖଣ୍ଡଗିରି, ଧର୍ମବିହାର ଭଳି ଅଞ୍ଚଳରେ ଅଧିକ ବ୍ୟାପିଥିବା ଜଣାପଡ଼ିଛି । ନିଜ ଅଞ୍ଚଳକୁ ସଫା ରଖିବା ସହ ପାଣି ଜମିବାକୁ ନ ଦେବା ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମସି ।

Related posts

ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

mahabharatanews

ଅଲିଭା କାଳି ଷ୍ଟାମ୍ପ ପ୍ରବାସୀଙ୍କ ହାତରେ କ୍ଷତ ସୃଷ୍ଟି କରୁଛି

mahabharatanews

ବାଲୁକା କଳାରେ “ଭୋଟ୍ ଫର୍ ୟୋର ଫ୍ୟୁଚର” 

mahabharatanews

Leave a Comment