ଓଡିଶା

ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କଲେ ପୁରୀବାସୀ

(ପୁରୀ) :  ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । କେବଳ ପୁରୀବାସୀଙ୍କୁ ମିଳିଛି ପ୍ରବେଶ ଅନୁମତି । ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାରରେ ପୁରୀ ବାସିନ୍ଦା ପ୍ରବେଶ କରୁଛନ୍ତି । ରଥଯାତ୍ରା ଚାରି ଦୁଆର ଖୋଲିବା ନେଇ ସମନ୍ୱୟ ବୈଠକରେ ଆଲୋଚନା ହୋଇଥିବା ବେଳେ ଆଜିଠୁ ଖୋଲିଛି ପଶ୍ଚିମ ଦ୍ଵାର । ପର୍ବପର୍ବାଣୀରେ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଯାଉଛି ଲାଇନ୍। ଲାଇନରେ ଛିଡା ହୋଇ ବହୁ ଭକ୍ତ ଦୁର୍ଦ୍ଦଶା ଭୋଗୁଛନ୍ତି।

ସୂଚନାନୁଯାୟୀ , ପୂର୍ବରୁ ଭକ୍ତ, ପୁରୀ ବାସିନ୍ଦା, ସେବକ ଓ ରାଜନେତା ସମସ୍ତେ ଏହି ଦାବି ଉଠାଇଥିଲେଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗତକାଲି ଏକ ଟୁଇଟ କରିଥିଲେ। ସେଥିରେ ଉଲ୍ଲେଖ କରିଥିଲେ ଅତିଶୀଘ୍ର ଆଉ ଗୋଟିଏ ଦ୍ୱାର ନଖୋଲିଲେ, କାଲିଠୁ ପଶ୍ଚିମଦ୍ୱାର ଆଗରେ ବସି ଠାକୁରଙ୍କୁ ଆରାଧନା କରିବେ। ଏହାପରେ ପ୍ରଶାସନ ପଶ୍ଚିମ ଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ନେଇଛି।

Related posts

ଆଜି ଶପଥ ନେବେ ନୂଆ ମନ୍ତ୍ରୀ

mahabharatanews

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ 

mahabharatanews

ଜନତା କର୍ଫ୍ୟୁକୁ ରାଜ୍ୟ ବାସୀଙ୍କ ସ୍ୱାଗତ

mahabharatanews