ଭାରତ

ପ୍ରଥମ ଥର ନଜର ଆସିଲା ରାଫେଲ ସହ ସ୍କୈଲ୍ପ କ୍ରୁଜ ମିସାଇଲ 

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ପ୍ରଥମ ଥର ରାଫେଲ ସହ ସ୍କୈଲ୍ପ କ୍ରୁଜ ମିସାଇଲ  ଫଟୋ ସେୟାର କରିଛି । ପ୍ରଥମ ଥର ରାଫେଲ ନିଜର ଏକିକୃତ ମହତ୍ୱପୂର୍ଣ୍ଣ ହତିଆର ପ୍ରଣାଳୀ ସହ ଦେଖା ଦେଇଛି । ସ୍କୈଲ୍ପ କ୍ରଜ ମିସାଇଲ ସହ ରାଫେଲ ବିମାନ ବାୟୁରେ ୫୦୦ କିମି ଦୂର ପର୍ଯ୍ୟନ୍ତ ଆକ୍ରମଣ କରିବାରେ ସକ୍ଷମ ହୋଇପାରେ । ଏହାକୁ ଗେମ ଚେଞ୍ଜିଂ ମିଶାଇଲ ମଧ୍ୟ କୁହାଯାଏ ।

ଏହି ମିଶାଇଲ ମାଧ୍ୟମରେ ଶତ୍ରୁର କୌଣସି ବି ବଡ ଓ ଅତି ସୁରକ୍ଷିତ ଠିକଣା ଉପରେ ଆକାଶମାର୍ଗରୁ ଆକ୍ରମଣ ସମ୍ଭବ ହେବ । ରାଫେଲର ସବୁଠାରୁ ଭୟଙ୍କର ସ୍କୈଲ୍ପ ପିଏଲ-୧୫ ଏମରାମ ମିଶାଇଲ । ଯେଉଁଥିରେ ପଡୋଶୀ ଶତ୍ରୁ ରାଷ୍ଟ୍ରର ଅବସ୍ଥା ଖର।।ପ ହୋଇଯିବ । ପାକିସ୍ତାନ ନିକଟରେ ଆମେରିକାରୁ କିଣାଯାଇଥିବା ଏଫ-୧୬ ଫାଇଟର ଜେଟ ରହିଛି ଓ ଚୀନ ନିକଟରେ ନିଜ ଦ୍ୱାରା ପ୍ରସ୍ତୁତ ଜେ-୨୦ ଯୁଦ୍ଧ ବିମାନ ରହିଛି ।

Related posts

ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ

mahabharatanews

ବାତ୍ୟା ‘ମୋକା’ : ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ

mahabharatanews

ଦିଲ୍ଲୀରେ ଅଚାନକ ଭୁଶୁଡିଲା ଦୁଇ ମହଲା କୋଠା, ୨ ମୃତ

mahabharatanews