ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ପ୍ରଥମ ଥର ରାଫେଲ ସହ ସ୍କୈଲ୍ପ କ୍ରୁଜ ମିସାଇଲ ଫଟୋ ସେୟାର କରିଛି । ପ୍ରଥମ ଥର ରାଫେଲ ନିଜର ଏକିକୃତ ମହତ୍ୱପୂର୍ଣ୍ଣ ହତିଆର ପ୍ରଣାଳୀ ସହ ଦେଖା ଦେଇଛି । ସ୍କୈଲ୍ପ କ୍ରଜ ମିସାଇଲ ସହ ରାଫେଲ ବିମାନ ବାୟୁରେ ୫୦୦ କିମି ଦୂର ପର୍ଯ୍ୟନ୍ତ ଆକ୍ରମଣ କରିବାରେ ସକ୍ଷମ ହୋଇପାରେ । ଏହାକୁ ଗେମ ଚେଞ୍ଜିଂ ମିଶାଇଲ ମଧ୍ୟ କୁହାଯାଏ ।
ଏହି ମିଶାଇଲ ମାଧ୍ୟମରେ ଶତ୍ରୁର କୌଣସି ବି ବଡ ଓ ଅତି ସୁରକ୍ଷିତ ଠିକଣା ଉପରେ ଆକାଶମାର୍ଗରୁ ଆକ୍ରମଣ ସମ୍ଭବ ହେବ । ରାଫେଲର ସବୁଠାରୁ ଭୟଙ୍କର ସ୍କୈଲ୍ପ ପିଏଲ-୧୫ ଏମରାମ ମିଶାଇଲ । ଯେଉଁଥିରେ ପଡୋଶୀ ଶତ୍ରୁ ରାଷ୍ଟ୍ରର ଅବସ୍ଥା ଖର।।ପ ହୋଇଯିବ । ପାକିସ୍ତାନ ନିକଟରେ ଆମେରିକାରୁ କିଣାଯାଇଥିବା ଏଫ-୧୬ ଫାଇଟର ଜେଟ ରହିଛି ଓ ଚୀନ ନିକଟରେ ନିଜ ଦ୍ୱାରା ପ୍ରସ୍ତୁତ ଜେ-୨୦ ଯୁଦ୍ଧ ବିମାନ ରହିଛି ।