ଓଡିଶା

ନିଶ୍ଚିତକୋଇଲିରେ ଆୟୋଜିତ ହୋଇଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା  

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି  ବ୍ଲକ ମତ୍ସ୍ୟ ଓ  ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ,ଓ ଅନ୍ୟତମ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି ଯୋଗ ଦେଇଥିବା ବେଳେ ମଚ୍ଛ ଓ ପ୍ରାଣୀ ସମ୍ପଦ ର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ଏଥିରେ ବିଭିନ୍ନ ଷ୍ଟଲ ମାନ ଖୋଲାଯାଇ ଚାଷୀ ମାନଙ୍କୁ ଉଛହିତ କରାଯାଇଥିଲା।

ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାନେ ଉପସ୍ଥିତ ରହି କୁକୁଡ଼ା ଚାଷ ଠୁ ନେଇ ମାଛ ଓ ଆଳୁ, ହଳଦୀ ପରି ବିଭିନ୍ନ ଚାଷ କେଉଁ ଭଳି ଉନ୍ନତ ପ୍ରଣାଳୀରେ ଚାଷୀ ମାନେ ଚାଷ କରି ଅଧିକ ଲାଭବାନ ହୋଇପାରିବେ ସେହି ସମ୍ବନ୍ଧରେ ଚାଷୀ ମାନଙ୍କୁ ବୁଝାଇ ଥିଲେ। ଏବଂ ଏଥି ସହିତ ବିଭିନ୍ନ ଚାଷୀ ମାନେ ନିଜର ଚାଷ ପାଇଁ କୃଷି ବିଭାଗ ପକ୍ଷରୁ କରଯାଇଥିବା ଋଣ ପଞ୍ଜିକରଣ କେନ୍ଦ୍ରରେ ପହଞ୍ଚି ଶହ ଶହ ଚାଷୀ ଋଣ ପାଇଁ ପଞ୍ଜିକରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦୁଇ ବିଧାୟକ ଯୋଗ ଦେଇ ଚାଷୀ ମାନଙ୍କୁ ଉତ୍ସାହିତ କରିବା ସହ କିଭଳି ସବୁ ସରକାରୀ ସୁବିଧା ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏଥିସହିତ ଚାଷୀ ମାନଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାର ପ୍ରଚାର ପ୍ରସାର ପାଇଁ ଲୋକନୃତ୍ୟ ଘୋଡ଼ା ନାଚ ଦ୍ଵାରା ଚାଷୀ ମାନଙ୍କୁ ଚାଷ ପ୍ରଣାଳୀ ବିଷୟରେ ସୂଚନା ଦିଆଯାଇଥିଲା।

Related posts

ଭିନ୍ନ ଢଙ୍ଗରେ ବାଲୁଗାଁ ରେଳ ସୁରକ୍ଷା ବଳର ସାଧାରଣତନ୍ତ୍ର ଦିବସ ପାଳନ

mahabharatanews

୧୫ରେ ବାହାରିବ ଯୁକ୍ତ ୨ ଫଳ , ୧୯ମାର୍କ ମିଳିବ ଗ୍ରେସ୍ ମାର୍କ

mahabharatanews

 ୨୪ ଘଣ୍ଟାରେ ରାଜ୍ୟରେ୧୩୪୧ ନୂଆ ଆକ୍ରାନ୍ତ ଚିହ୍ନଟ

mahabharatanews