ଓଡିଶା

ଭିନ୍ନ ଢଙ୍ଗରେ ବାଲୁଗାଁ ରେଳ ସୁରକ୍ଷା ବଳର ସାଧାରଣତନ୍ତ୍ର ଦିବସ ପାଳନ

(ମହାଭାରତ, ବାଲୁଗାଁ): ବାଲୁଗାଁ ରେଳ ସୁରକ୍ଷା ବଳ ଏକ ଭିନ୍ନ ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ବାଲୁଗାଁ ରେଳ ସୁରକ୍ଷା ବଳ ଓ ସ୍ଥାନୀୟ ରାଜୀବନଗର ସ୍ଥିତ ବାପୁଜୀ କ୍ଲବର ମିଳିତ ସହଯୋଗରେ ଷ୍ଟେସନ ପରିସରରେ ରେଳ ଯାତ୍ରୀଙ୍କୁ ସଚେତନ କରାଯାଇଥିଲା । ରାଜୀବ ନଗର ସାହି ବୁଲି ରେଳ ଲାଇନ ଉପରକୁ ପଥର ନ ଫୋପାଡିବା, ଧାରଣା କଡରେ ଝାଡା ନ ଫେରିବା, ଚଳନ୍ତା ଟ୍ରେନରୁ ନ ଓହ୍ଲାଇବା ଓ ବିନା କାରଣରେ ଟ୍ରେନର ଚେନ୍ ନ ଟାଣିବା ପାଇଁ କ୍ଲବ କର୍ମକର୍ତ୍ତାମାନେ ପରାମର୍ଶ ଦେଇଥିଲେ । ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ବାଲୁଗାଁ ରେଳ ସୁରକ୍ଷା ବଳ ଅଧିକାରୀ ମହେଶ୍ୱର ଚନ୍ଦ୍ରାଣୀଙ୍କୁ ଖୋର୍ଦ୍ଧା ଡିଭିଜନ ରେଳ ମୁଖ୍ୟ ବ୍ୟାଚ୍ ଓ ମାନପତ୍ର ପ୍ରଦାନ କରିଥିଲେ ।

Related posts

ମହିଳାଙ୍କ ତଣ୍ଟି ଚିପି ହତ୍ୟାକଲା ସାବତ ପୁଅ

mahabharatanews

ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ଅନଲାଇନ୍ ସମନ୍ୱିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ

mahabharatanews

୫ ଘଣ୍ଟା ପରେ ଉଦ୍ଧାର ହେଲା କଲରାପତରିଆ ବାଘ

mahabharatanews