(ମହାଭାରତ) : ବାହୁବଳୀ ପୋଲିସ ଅଫିସର । ଯାହାଙ୍କୁ ଖାଲି ଦେଖିଦେଲେ ଭୟରେ ଅପରାଧୀଙ୍କ ଛାତି ଥରିଉଠେ । ଆମେ କହୁଛୁ ପୋଲିସ ଅଫିସର ଦୀପକ ଶର୍ମାଙ୍କ କଥା । ଯିଏ ବର୍ତମାନ ସମୟରେ ତିହାର ଜେଲରେ ଆସିଷ୍ଟାଂଟ ସୁପରିଟେଣ୍ଡେଂଟ ଭାବେ କାର୍ୟ୍ୟରତ ଅଛନ୍ତି ।
ବାହୁବଳୀ ପୋଲିସ ଅଫିସର । ଯାହାଙ୍କୁ ଖାଲି ଦେଖିଦେଲେ ଭୟରେ ଅପରାଧୀଙ୍କ ଛାତି ଥରିଉଠେ । ଆମେ କହୁଛୁ ପୋଲିସ ଅଫିସର ଦୀପକ ଶର୍ମାଙ୍କ କଥା । ଯିଏ ବର୍ତମାନ ସମୟରେ ତିହାର ଜେଲରେ ଆସିଷ୍ଟାଂଟ ସୁପରିଟେଣ୍ଡେଂଟ ଭାବେ କାର୍ୟ୍ୟରତ ଅଛନ୍ତି ।
ପିଲାଟି ବେଳରୁ ଦେଶପାଇଁ କାମ କରିବା ପାଇଁ ସେ ଇଚ୍ଛା ରଖିଥିଲେ । ଆସିଷ୍ଟାଂଟ ସୁପରିଟେଣ୍ଡେଂଟ ହେବା ପୂର୍ବରୁ ଅନେକ ସରକାରୀ କ୍ଷେତ୍ରରେ ମଧ୍ୟ ତାଙ୍କର ଚାକିରୀ ହୋଇଥିଲା । କିନ୍ତୁ ନିଜ ଲକ୍ଷ୍ୟପଥରେ ଅଟଳ ରହିଥିଲେ ଦୀପକ । ବିଇଡି ପାଠପଢା ସମୟରେ ଭାରତୀୟ ବାୟୁସେନାରେ ମଧ୍ୟ ତାଙ୍କର ଚୟନ ହୋଇଥିଲା । ୨୦୦୮ରେ ଶିକ୍ଷକ ଭାବେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିଥିଲା ।
୨୦୦୯ରେ କେନ୍ଦ୍ରୀୟ କାରାଗାର ତିହାର ଜେଲରେ ସହାୟକ ଜେଲ ଅଧୀକ୍ଷକ ବା ଆସିଷ୍ଟାଂଟ ସୁପରିଟେଣ୍ଡେଂଟ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ଆଉ ସେବେଠାରୁ ଏପର୍ୟ୍ୟନ୍ତ ୧୦ ବର୍ଷ ଧରି ସେ ତିହାର ଜେଲରେ କାର୍ୟ୍ୟରତ ଅଛନ୍ତି । ଆଉ ବଡି ବିଲଡିଂ କାରଣରୁ ଜେଲରେ ତାଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି ।
ଦୀପକଙ୍କ କହିବା କଥା ହେଉଛି, ସ୍କୁଲ ସମୟରୁ ହିଁ ତାଙ୍କୁ ନିୟମିତ ବ୍ୟାୟାମ କରିବାର ଅଭ୍ୟାସ ଥିଲା । ଏବଂ ପରେ ପରେ ସେ ଜିମିଂ ଆରମ୍ଭ କରିଥିଲେ । ପ୍ରତିଦିନ ପାଖାପାଖି ୫ ଘଂଟା ସେ ଜିମରେ ଏକ୍ସର୍ସାଇଜ୍ କରିଥାନ୍ତି । ପୋଲିସ ଅଫିସର ସମେତ ବଡି ବିଲଡିଂ କ୍ଷେତ୍ରରେ ମଧ୍ୟ ସେ ଅନେକ ମେଡାଲ ଜିତିଛନ୍ତି । ମିଷ୍ଟର ଦିଲ୍ଲୀ, ମିଷ୍ଟର ୟୁପି, ମିଷ୍ଟର ହରିୟାଣା, ଷ୍ଟିଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ, ଆଇରନ୍ ମ୍ୟାନ୍ ଅଫ ଇଣ୍ଡିଆ, ମିଷ୍ଟର ଇଣ୍ଡିଆ, ଦିଲ୍ଲୀ ଶ୍ରୀ, ଅଲ୍ ଇଣ୍ଡିଆ ସିଭିଲ୍ ସର୍ଭିସେଜ୍ ଭଳି ଅନେକ ପୁରସ୍କାର ସେ ହାସଲ କରିପାରିଛନ୍ତି । କେବଳ ସେତିକି ନୁହେଁ ଦୀପକ ଶର୍ମାଙ୍କୁ ମିଳିଛି ସ୍ୱାଭିମାନ ଖେଳ ରତ୍ନ ଆୱାର୍ଡ । ବଡି ବିଲଡିଂ ସମେତ ନିଜ କର୍ତବ୍ୟକୁ ମଧ୍ୟ ନିଷ୍ଠାର ସହ ସମ୍ପାଦନ କରିଥାନ୍ତି ଦୀପକ ଶର୍ମା । ଦୀପକଙ୍କ ଭଳି ପୋଲିସ ଅଫିସରଙ୍କ ପାଇଁ ଆଜି ଦେଶ ଗର୍ବିତ ।
previous post
next post