ଓଡିଶା

ତ୍ରିରଙ୍ଗା ସାଣ୍ଡୱିଚ

(ମହାଭାରତ ): ୨୬ ଜାନୁୟାରୀ ଅର୍ଥାତ ଗଣତନ୍ତ୍ର ଦିବସର ଗୌରବାନ୍ୱିତ ଦିନ ଅଟେ ଯାହା ପୂରା ଦେଶବାସୀର ମନରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରଖିଥାଏ । ଏହି ଦିନକୁ ଆହୁରି ବି ସ୍ପେଶାଲ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ “ତ୍ରିରଙ୍ଗା ସାଣ୍ଡୱିଚ୍’’ ବନାଇବାର ରେସିପି ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ ।
ଆବଶ୍ୟକ ସମାଗ୍ରୀ:
ବ୍ରେଡ଼ ସ୍ଳାଇସ ୮ , ମେୟୋନିଜ ୧ ବଡ଼ ପାତ୍ର, ଗାଜର ୧ ପାତ୍ର ,ପାଳଙ୍ଗ – ୧ ପାତ୍ର, ଲୁଣ ସ୍ୱାଦଅନୁସାରେ , ଚିଲି ଫ୍ଲେକ୍ସ ୧ ଟେବୁଲ ଚାମଚ, ଟମାଟୋ ସସ୍ ୨ ଟେବୁଲ ଚାମଚ,
ପ୍ରସ୍ତୁତି ପ୍ରଣାଳୀ: ସର୍ବପ୍ରଥମେ କେସରୀ ରଙ୍ଗ ପାଇଁ ଗୋଟିଏ ପାତ୍ରରେ ଗାଜର ,ମେୟୋନିଜ ଏବଂ ଲୁଣ ପକାଇ ଏକ ପତଳା ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ସବୁଜ ରଙ୍ଗ ପାଇଁ ଅନ୍ୟ ଏକ ପାତ୍ରରେ ପାଳଙ୍ଗରେ ୨ ଟେବୁଲ ଚାମଚ ମେୟୋନିଜ ଏବଂ ଲୁଣ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏହି ଦୁଇ ପେଷ୍ଟରେ ଗୋଟିଏ ଟେବୁଲ ଚାମଚ ଟମାଟୋ ସସ୍ ପକାଇ ମିକ୍ସ କରନ୍ତୁ । ଧଳା ରଙ୍ଗ ପାଇଁ ମେୟୋନିଜର ଏକ ଛୋଟ ପାତ୍ର କାଢି ଅଲଗା ରଖି ଦିଅନ୍ତୁ । ଏବେ ସାଣ୍ଡୱିଜ ବନାଇବା ପାଇଁ ପ୍ରଥମେ ସମସ୍ତ ବ୍ରେଡ଼ ସ୍ଳାଇସର ସାଇଟ ଭାଗ କାଟିଦିଅନ୍ତୁ । ଏବେ ସବୁଠାରୁ ତଳ ସ୍ଳାଇସରେ ପାଳଙ୍ଗ ପେଷ୍ଟ ଲଗାଇ ଉପରେ ଚିଲି ଫ୍ଲେକ୍ସ ପକାନ୍ତୁ ଏବଂ ବ୍ରେଡ଼ ସ୍ଳାଇସ ରଖି ମେୟୋନିଜ ଲଗାନ୍ତୁ । ଏବେ ଏହା ଉପରେ ଆଉ ଏକ ବ୍ରେଡ଼ ସ୍ଳାଇସ ରଖନ୍ତୁ ଏହା ଉପରେ କମଳା ରଙ୍ଗ ପାଇଁ ଗାଜର ପେଷ୍ଟ ଲଗାନ୍ତୁ ଏବଂ ଚିଲି ଫ୍ଲେକ୍ସ ଲଗାଇ ଉପରେ ଏକ ବ୍ରେଡ଼ ସ୍ଳାଇସ ରଖନ୍ତୁ । ଏବେ ସାଣ୍ଡୱିଚକୁ ତିନିକୋଣିଆ କରି କାଟି ଦିଅନ୍ତୁ ।

Related posts

୭ ତାଲା ମେଡିକାଲ ପାଇଁ ଦାବି

mahabharatanews

ସାହାଯ୍ୟ କରିବାକୁ ଯାଇ ଛାତ୍ରଙ୍କ ମୃତ୍ୟୁ

mahabharatanews

ପୁଣି ଜଣେ ସାଂସଦ କରୋନା ପଜିଟିଭ୍

mahabharatanews

Leave a Comment