ଓଡିଶାଭାରତଶିକ୍ଷା

ପରୀକ୍ଷା ପୂର୍ବରୁ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ

ଭୁବନେଶ୍ୱର: ଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ରାଜ୍ୟର ସମସ୍ତ କଲେଜ ଗୁଡ଼ିକରେ ସିସିଟିଭି କ୍ୟାମେରା ଗୁଡ଼ିକୁ ଲଗାଇ ରଖିବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ । ଆସନ୍ତା ଏପ୍ରିଲ ମାସରେ ଯୁକ୍ତ ଦୁଇ କଳା, ବାଣିଜ୍ୟ,ବିଜ୍ଞାନ ପରୀକ୍ଷା ହେବାକୁ ଯାଉଛି। ଏହି କାରଣରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପ୍ରସ୍ତୁତି ଜାରି କରାଯାଇଛି । ପରୀକ୍ଷା ପାଇଁ କୌଣସି ତାରିଖ ଘୋଷଣା କରାଯାଇନଥିଲେ ମଧ୍ୟ ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜ ଗୁଡ଼ିକରେ ସିସିଟିଭି କ୍ୟାମେରା ଗୁଡ଼ିକୁ ଲଗାଇବାକୁ ନିର୍ଦେଶ ଦିଆଯାଇଛି। ସୂଚନା ଅନୁସାରେ , ମାର୍ଚ୍ଚ 26 ତାରିଖରେ ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

 

Related posts

ଗ୍ରାମୀଣ’ ଯୋଜନାକୁ ସରକାରୀ ମୋହର; ଗ୍ରାମାଞ୍ଚଳରେ ୧୨୦ ଦିନର ରୋଜଗାର ଗ୍ୟାରେଣ୍ଟି…

mahabharatanews

ଛତ୍ରପୁରର ୫ଟି ଲଜ୍‌ ଉପରେ ଚଢାଉ

mahabharatanews

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା 

mahabharatanews