ଭାରତ

ବନ୍ୟାରେ ଭାସି ୨୩ ଯବାନ ନିଖୋଜ, ହାଇ ଆଲର୍ଟ ଜାରି

(ସିକିମ) : ସିକିମ୍ ବନ୍ୟାରେ ଭାସି ୨୩ ଯବାନ ନିଖୋଜ । ବାଦଲ ଫଟା ବର୍ଷା ଯୋଗୁଁ ଲାଚେନ ଉପତ୍ୟକାର ତୀସ୍ତା ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜୁଛି । ପ୍ରବଳରୁ ଅତି ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବା ନେଇ ସୂଚନା ରହିଛି । ତେବେ ଯବାନ ମାନଙ୍କୁ ଖୋଜିବା ପାଇଁ ବର୍ତ୍ତମାନ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ନିକଟସ୍ଥ ରାଜ୍ୟର ଯବାନ ମାନେ ସିକିମରେ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ, ସିକିମର ଲାଚେନ ହ୍ରଦର ଉପରିଭଆଗରେ ହଠାତ୍ ବର୍ଷା ହେବାରୁ ତୀସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ପ୍ରାୟ ୧୫ରୁ ୨୦ ଫୁଟ୍ ଉଚ୍ଚ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ମଙ୍ଗଳାବାର ରାତି ୧ଟା ବେଳେ ଫ୍ଲାସ୍ ଫ୍ଲଡ୍ ହେବାରୁ ସେନାର ୨୩ ଯବାନ ଭାସି ଯାଇ ନିଖୋଜ ଅଛନ୍ତି ଏହାସହ ବହୁ ସେନା କ୍ୟାମ୍ପ ମଧ୍ୟ ଭୁଶୁଡି ଯାଇଛି । ତେବେ ଯବାନ ମାନଙ୍କ ସହ ଅନେକ ସାଧାରଣ ଲୋକ ମଧ୍ୟ ଭାସି ଯାଇଥିବା ନେଇ ଖବର ରହିଛି । ଯେଉଁଥିବା ପାଇଁ ହାଇ ଆଲର୍ଟ ଜାରି କରାଯିବା ସହ ନଦୀକୂଳରେ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି

Related posts

କଂଗ୍ରେସର ଏହି ଅଭିଯୋଗ ବିଚାରାଧୀନ ରହିଛି

mahabharatanews

ଔଷଧ କାରଖାନାରେ ସିରିଜ୍‌ ବିସ୍ଫୋରଣ , ୭ ମୃତ

mahabharatanews

ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ଚିହ୍ନଟ 

mahabharatanews