ଓଡିଶା

ଫନି ସହାୟତା ପାଲଟିଲା ପ୍ରତାରଣ

 

ଗୋପ: ଅଯୋଗ୍ୟଙ୍କୁ ଧରିବାକୁ ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ହନ୍ତସନ୍ତ କରୁଛି ସରକାର । ଜିଲ୍ଲାପ୍ରଶାସନ ଓ ଦଲାଲଙ୍କ ଗୁମର ଖୋଲୁଛି ଫନିବାତ୍ୟା କେଳେଙ୍କାରୀ ର୍ରିପୋଟ । ଦିନକୁ ଦିନ ବୃଦ୍ଧିôପାଉଛି ଅଯୋଗ୍ୟ ହିତାଧୀକାରୀଙ୍କ ସଂଖ୍ୟା । ଅଯୋଗ୍ୟ ହିତାଧିକାରୀଙ୍କୁ ଧରିବା ପାଇଁ ଜିଲ୍ଲାପ୍ରଶାସନର ଅଜବ ନୀତି ପାଇଁ ହନ୍ତସନ୍ତ ହେଉଛନ୍ତି ଯୋଗ୍ୟହିତାଧିକାରୀ । ଜିଲ୍ଲାପ୍ରଶାସନ ବିରୋଧରେ ତେଜିଲାଣି ଅସନ୍ତୋଷ । ଫନିବାତ୍ୟାକୁ ବିତିଲାଣି ୬ ମାସରୁ ଊଦ୍ଧ୍ୱର୍ ସମୟ । କିନ୍ତୁ ସର୍ବହରାଙ୍କ ସମସ୍ୟାର ସମାଧାନ ହେବା ବଦଳରେ ବଢିଚାଲିଛି । ସହାୟତା ପାଲଟିଛି ପତାରଣା ।
ଫନି ବାତ୍ୟାରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ସରକାର ଘୋଷଣା କଲେ ସହାୟତା । କିନ୍ତୁ ଏହା ବାସ୍ତବରେ ଥିଲା ଚଞ୍ଚକତା, ଯେଉଁଥିରେ ଫସିିଲେ ନିରୀହ ସର୍ବହରା! ଅଯୋଗ୍ୟଙ୍କ ପାଇଁ ଯୋଗ୍ୟ ହିତାଧୀକାରୀ ହନ୍ତସନ୍ତ । ୧୯୯୯ମସିହା ମହାବାତ୍ୟାକୁ ଯିଏ ନଦେଖିଥିଲେ ସେ ବାତ୍ୟା ଫନିର କରାଳ ରୂପ ଦେଖିବାପରେ ୧୯୯୯ ମହିବାତ୍ୟାକୁ ଅନୁଭବ କରିପାରୁଛନ୍ତ । କାରଣ ଫନିବାତ୍ୟା ସେହିପରି ଥିଲା ଅତି ଭୟାନକ । ଯାହାର ପ୍ରଭାବରେ ଅ ।ଜିବି ପଲଥିନୀ ତେଳେ ବିତଛି ବିପନ୍ନ ପରିବାରଙ୍କ ଜୀବନ । ସେପଟେ ପୁରୀ ଜିଲ୍ଲାରେ ୨ଲକ୍ଷ୪୮ହଜାର୧୯୩ ହିତାଧୀକାରିଙ୍କୁ ଫନିସହାୟତା ପଦାନ କରିଥିଲା ଜିଲ୍ଲାପ୍ରଶାସନ । କିନ୍ତୁ ଏଥିରେ ଅଧିକାଂଶ ଅଯୋଗ୍ୟ ଅଭିଯୋଗ ହେବା ପରେ ଆରମ୍ଭ ହେଲା ଖୋଳତାଡ । ଧିରେ ଧିରେ ଖୋଲୁଛି ଗୁମର । ଅ ।ରମ୍ଭ ହୋଇଛି ଫନି ସହାୟତା ହାତେଇଥିବା ଅଯୋଗ୍ୟ ହିତାଧୀକାରିଙ୍କୁ ଚିହ୍ନଟ ପକ୍ରୀଅ । । ଗାଁରୁ ଗାଁ ବୁଲି ସରକାରୀ କର୍ମ•ରୀ କରୁଛନ୍ତି ପୁଙ୍ଖାନୁପୁଙ୍ଖ ତଦନ୍ତ । କିନ୍ତୁ ଅଯୋଗ୍ୟ ହିତାଧୀକାରିଙ୍କ ଚିହ୍ନଟ ପାଇଁ ଯୋଗ୍ୟ ହିତାଧିକାରୀି ହେଉଛନ୍ତି ହନ୍ତସନ୍ତ । ଫନିସହାୟତା ଟଙ୍କା ପାଇଥିବା ହିତାଧୀକାରିଙ୍କ ବ୍ୟାଙ୍କ ଅ ।କାଉଣ୍ଟକୁ ଅସ୍ଥାୟୀ ଭାବେ ଅଚଳ କରିଛି ଜିଲ୍ଲାପ୍ରଶାସନ । ଫଳରେ ଯୋଗ୍ୟ ହିତାଧିକାରୀ ବ୍ୟାଙ୍କରୁ ନାଁ ଟଙ୍କା ଉଠେଇ ପାରୁଛନ୍ତି,ନାଁ ଭଙ୍ଗିଯାଇଥିବା ଘର ସଜାଡି ପାରୁଛନ୍ତି ।
ସୂଚନାଯୋଗ୍ୟ, ବାତ୍ୟା ଫନିର ପ୍ରଭାବରେ ପୁରୀ ଜିଲ୍ଲାର ୧୧ଟି ବ୍ଲକ ସମ୍ପୁନ୍ନ ଧ୍ୱସଂବିଧ୍ୱଂସ ହୋଇଥିବା ବେଳେ ଅ ।ଜିବି ଖୋଲା ଅ ।କାଶ ତଳେ ପଲିଥିନରେ ବିତୁଛି ବିପନ୍ନଙ୍କ ଜୀବନ । ସହାୟତା ପ୍ରଦାନ ପାଇଁ ତଦନ୍ତ ହେଲା କିନ୍ତୁ ଯୋଗ୍ୟ ହିତାଧୀକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧୀକାରୀଙ୍କ ନାମ ତାଲିକାରେ ସ୍ଥାନ ପାଇଲା । ଏଭଳି କେଳେଙ୍କାରୀ ପଛରେ ଅଭିଯୋଗ ହେଉଛି ରାଜନୈତିକ ଅ ।କ୍ରୋସ ଓ ବଡବଡିଅ । ଥିଲାବାଲା ପାଇଛନ୍ତି ସହାୟତା,ଯୋଗ୍ୟ ହିତାଧୀକାରୀ ପଡିଛନ୍ତି ବାଦ ।

Related posts

ଅସହ୍ୟ ଶୀତ,ଉଦୟଗିରି ସବୁଠୁ ଥଣ୍ଡା

mahabharatanews

ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଅନୁଧ୍ୟାନ

mahabharatanews

୩୦% କମିପାରେ ଘରୋଇ ସ୍କୁଲଗୁଡିକର ଫି

mahabharatanews