ଓଡିଶା

ସାହାଯ୍ୟ କରିବାକୁ ଯାଇ ଛାତ୍ରଙ୍କ ମୃତ୍ୟୁ

ଜଳେଶ୍ୱର: ଅଧୁରା ରହିଗଲା ସ୍କୁଲର ବାର୍ଷିକ ଉତ୍ସବ ଓ ମେଟ୍ରିକ ପରୀକ୍ଷା । ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ପରେ ଏଭଳି ଘଟଣା ଘଟିଛି । ଜଳେଶ୍ୱର ଥାନା ନୂଅ ।ବଜାର ରେଳ ଫାଟକ ନିକଟରେ ଛାତ୍ରଙ୍କ ଦୁର୍ଘଟଣା ହୋଇଥିଲା ।
ସୂଚନା ଅନୁଯାୟୀ ଦିନ ପ୍ରାୟ ୧.୩୦ ସମୟରେ ଏକ ଯନ୍ତ୍ରଚାଳିତ ଭୁଟଭୁଟି ରିକ୍ସା ନାଲି ଇଟା ବୋଝେଇ କରି ଜଳେଶ୍ୱର ବଡ଼ ବଜାର ଅ।ଡୁ ପଶ୍ଚିମବଙ୍ଗ ମୋହନ ପୁର ଯାଉଥିଲା । ତେବେ ନୁଅ ।ବଜାର ରେଳ ଫାଟକ ନିକଟରେ ଉଠାଣି ରେ ଯନ୍ତ୍ର ଚାଳିତ ରିକ୍ସାଟି ଉଠି ପାରିନଥିଲା । ନିକଟରେ ଯାଉଥିବା ଟାଉନ ହାଇସ୍କୁଲର ତିନିଜଣ ସ୍କୁଲ ପିଲାଙ୍କୁ ଡ୍ରାଇଭର ପଛରୁ ପେଲିବାକୁ କହିଥିଲା । ପିଲା ମାନେ ପେଲୁ ଥିବା ବେଳେ, ହଠାତ ଇଟା ବୋଝେଇ ହୋଇଥିବା ଯନ୍ତ୍ର ଚାଳିତ ରିକ୍ସାଟି ଭାରସାମ୍ୟ ହରାଇ ପଛକୁ ଓଲଟି ପଡିଥିଲା । ଫଳରେ ୩ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ପଡିଥିଲେ । ସ୍ଥାନୀୟ ଲୋକମାନେ ସଙ୍ଗେସଙ୍ଗେ ଗୁରୂତର ଅବସ୍ଥାରେ ଛାତ୍ରଙ୍କୁ ସ୍ଥାନୀୟ ଜୀ କେ ଭଟର ହସ୍ପିଟାଲକୁ ନେଇଯାଇଥିଲେ । ଡାକ୍ତର ତୁରନ୍ତ ପ୍ରାଥମିକ ଚିକିତ୍ସା କରାଇ ଉନ୍ନତ ଚିକିତ୍ସା ପାଇଁ ଜିଲା ସ୍ୱସ୍ଥ୍ୟ କେନ୍ଦ୍ରକୁ ରେଫର କରାଇଥିଲେ । ତେବେ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା । ମୃତ ଖବର ପାଇ ବିଦ୍ୟାଳୟ ସାମ୍ନାରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଜଳେଶ୍ୱର ଅ ।ଇ ଅ ।ଇ ସି ସଦଳ ବଳେ ପହଁଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଉତ୍ୟକ୍ତ ଲୋକେ ଶାନ୍ତ ହୋଇଥିଲେ । ପୋଲିସ ଦୁର୍ଘଟଣା ଘଟାଇଥିବା ଭୁଟୁଭୁଟି ରିକ୍ସାକୁ ଜବତ କରିବା ସହିତ ଚାଳକ କୁ ଅଟକ ରଖିଛି । ଛାତ୍ର ଜଣକ ରାଜନଗର ଗ୍ରାମର ସବ୍ୟସାଚୀ ବେହେରା । ସେ ତାଙ୍କ ମାମୁଁ ଘରେ ଶେଖ ବାର୍ଡ ରେ ରହି ପାଠ ପଡୁଥିଲେ । ଏହାକୁ ନେଇ ଜଳେଶ୍ୱର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଅ ।ଉ ଦୁଇ ଦିନ ପରେ ସ୍କୁଲର ବାର୍ଷିକ ଉତ୍ସବ ହେବାକୁ ଥିବା ବେଳେ , ମୃତ ସବ୍ୟସାଚୀ ପାଇଁ ସ୍କୁଲ ବାର୍ଷିକ ଉତ୍ସବ ଓ ମେଟ୍ରିକ ପରୀକ୍ଷା ଅଧୁରା ରହିଗଲା । ତେବେ ସ୍ଥାନୀୟ ବାସିନ୍ଦା ଉକ୍ତ ଘଟଣାକୁ ନିନ୍ଦା କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Related posts

ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

mahabharatanews

ଭୋକରେ ଘରୋଇ ବସ କର୍ମଚାରୀଙ୍କ ପରିବାର

mahabharatanews

ଏମିତି ଚିଠି ଲେଖି କୁଆଡେ ଚାଲିଯାଇଛି ପୁଅ

mahabharatanews

Leave a Comment