ଭାରତ

ମଣିପୁର ହିଂସା: କର୍ଫ୍ୟୁ ହେଲା କୋହଳ

(ମଣିପୁର) : ଥମିବାର ନାଁ ନେଉନି ମଣିପୁର ହିଂସାକାଣ୍ଡ । ଦୀର୍ଘ ଦୁଇ ମାସ ପରେ ଜାତୀୟ ରାଜପଥରୁ ସମସ୍ତ ଅବରୋଧ ହଟିଛି। ଅନ୍ୟପକ୍ଷରେ ବି‌ଷ୍ଣୁପୁର ଏବଂ ଚୁଡ଼ାଚାନ୍ଦପୁର ଜିଲ୍ଲାରେ ଉଗ୍ରପନ୍ଥୀମାନେ କେତେକ ଘରେ ନିଆଁ ଲଗାଇ ଦେଇଛନ୍ତି। ବିଷ୍ଣୁପୁରରେ ଆଜି ଗୋଷ୍ଠୀ ସଂଘର୍ଷ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଅଂଚଳରେ ସ୍ଥିତି ସ୍ବାଭାବିକ ଥିବାରୁ କର୍ଫ୍ୟୁ କୋହଳ କରାଯାଇଛି।

ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ କହିଛନ୍ତି, ରାଜ୍ୟରେ ଯେଉଁ ଭୟାନକ ହିଂସା ଦେଖିବାକୁ ମିଳିଛି ତାହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର ରହିଛି ଏବଂ ଏଥିରେ ବିଦେଶୀ ଶକ୍ତିଙ୍କ ହାତ ଅଛି। ମଣିପୁର ସୀମା ମିଆଁମାର ସହିତ ଲାଗିଥିବା ବେଳେ ଚୀନ୍‌ ମଧ୍ୟ ନିକଟରେ ରହିଛି। ରାଜ୍ୟର ୩୯୮ କିମି ସୀମାରେ ବାହ୍ୟଶକ୍ତିମାନେ ସର୍ବଦା ଅସ୍ଥିରତା ଚାହୁଛନ୍ତି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଏବେ ବଡ଼ ସୀମାରେ ଆତଙ୍କବାଦୀ ଗତିବିଧିକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ।  ଏହି ହିଂସା ପୂର୍ବ ପ୍ରାୟୋଜିତ ଏବଂ ସମଗ୍ର ରାଜ୍ୟକୁ ହିଂସାର ନିଆଁ ଭିତରକୁ ଠେଲି ଦେବା ପାଇଁ ଷଡ଼ଯନ୍ତ୍ର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related posts

କାଲ୍‌କାଜୀ ମନ୍ଦିରରେ ହଠାତ ଭାଙ୍ଗି ପଡିଲା ମଞ୍ଚ,ଜଣେ ମୃତ  

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୪୨୨ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଫେରିଲା ୟୁକ୍ରେନରେ ପ୍ରାଣ ହରାଇଥିବା ମେଡିକାଲ ଛାତ୍ରଙ୍କ ମୃତ ଶରୀର, ଶେଷ ଦର୍ଶନ ପରେ କରାଯିବ ମୃତଦେହକୁ ଦାନ

mahabharatanews