ଓଡିଶା

ବନବିଭାଗ ନେଲା ଏକ ବଡ ପଦକ୍ଷେପ

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ କରାଯିବା ପାଇଁ ହଜାର ହଜାର ଗଛ କଟାହେବା ସହ ପ୍ରକୃତି ବଧ୍ୟ ନଷ୍ଟ କରାଯାଉଛି । ଯାହା ଫଳରେ ବାତ୍ୟା ବନ୍ୟା ଭଳି ଦୈବଦୁର୍ବିପାକ ପରିସ୍ଥିତିରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟବାସୀ । ଏଥିସହ ଅକ୍ସିଜେନ ମଧ୍ୟ ଅଭାବ ହେଉଛି । ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ନଷ୍ଟ ହେଉଛି ପ୍ରାକୃତିକ ପରିବେଶ । ତେଣୁ ଏ ନେଇ ଏକ ନିଷ୍ପତ୍ତି ନେଇଛନ୍ତି ବନବିଭାଗ । ରାସ୍ତା ଚଉଡା କରାଯିବ, ରେଳ ଧାରଣା ମଧ୍ୟ ଅଧିକ ହେବ । କିନ୍ତୁ ଗଛ କଟାଯିବ ନାହିଁ । ବରଂ ସେଗୁଡିକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବନବିଭାଗ । ବିଶେଷ କରି ଜାତୀୟ ରାଜପଥ ନିର୍ମାଣ କରୁଥିବା ନିର୍ମାତା ମାନଙ୍କୁ ଏଭଳି ପରାମର୍ଶ ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ପିସିସିଏଫ ଶିଶିର କୁମାର ରଥ । ଏହି ପଦକ୍ଷେପ ଆଗକୁ ପରିବେଶ ସନ୍ତୁଳନ ରକ୍ଷା କରିବା କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ବନବିଭାଗ ଆଶା ରଖିଛି । ଓଡ଼ିଶାର ଜଳବାୟୁକୁ ଅନୁଶୀଳନ କଲେ ବିଭିନ୍ନ ଗଛକୁ ସ୍ଥାନାନ୍ତର କରାଯାଇପାରିବ ବୋଲି ପ୍ରାରମ୍ଭିକ ପର୍ୟ୍ୟାୟରେ ଅନୁମାନ କରାଯାଉଛି। ବନବିଭାଗର ଏହି ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି ପରିବେଶବିତ ।

Related posts

ବସ ଦୁର୍ଘଟଣାରେ  ବାଇକ ଆରୋହୀ ମୃତ, ଜଣେ ଗୁରୁତର

mahabharatanews

ଅନିସଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ 

mahabharatanews