ପାନାଜୀ: ଗୋଆର ପୂର୍ବତନ ମନ୍ତ୍ରୀ ଅଚ୍ୟୁତ କାଶୀନାଥ ସିନାଇ ଉସଗାଓଙ୍କର ବାର୍ଦ୍ଧକ୍ୟଜନିତ ରୋଗରୁ ଆଜି ଗୋଆର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କ ୯୨ ବର୍ଷ ହୋଇଥିଲା । ଉସଗାଓଙ୍କର ମହାରାଷ୍ଟ୍ରବାଡି ଗୋମନ୍ତକ ପାର୍ଟି (ଏମଜିପି)ର ଜଣେ ନେତା ଥିଲେ । ସେ ୧୯୭୭ ଅଗଷ୍ଟ ୧୩ରୁ ଏପ୍ରିଲ ୨୭ ୧୯୭୯ ପର୍ଯ୍ୟନ୍ତ ଶଶୀକଳା କୋକୋଡକାର ସରକାରରେ ଜଣେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ । ଆଜି ସକାଳ ୭.୩୦ରେ ସେ ଗୋଆ ସ୍ଥିତ ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରିବାରରେ ତାଙ୍କ ୩ ଝିଅ ଅଛନ୍ତି । ମନ୍ତ୍ରୀ ହେବା ପୂର୍ବରୁ ଉସଗାଓଙ୍କର ଗୋଆର ଦୟ।।ନନ୍ଦ ବନ୍ଦୋଦକର ସରକାରରେ ଉପ ମୁଖ୍ୟପାତ୍ର ଥିଲେ ।
previous post
