ଖେଳଭାରତ

ପରଲୋକରେ ପୂର୍ବତନ କ୍ରିକେଟର ସଲିମ ଦୁରାନୀ

ନୂଆଦିଲ୍ଲୀ : ପରଲୋକରେ ପୂର୍ବତନ କ୍ରିକେଟର ସଲିମ ଦୁରାନୀ । ଷାଠିଏ-ସତୁରୀ ଦଶକର ଅନ୍ୟତମ ଚର୍ଚ୍ଚିତ କ୍ରିକେଟର୍‌ ସୁଲିମ ଦୁରାନୀଙ୍କର ରବିବାର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ବହୁ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ଦୁରାନୀଙ୍କ ମୃତ୍ୟୁ ଖବର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିବା ସହିତ ଟ୍ଵିଟ୍‌ କରି ଜଣାଇଛନ୍ତି । ମୋଦି କହିଛନ୍ତି, ଦୁରାନୀ କ୍ରିକେଟ ଲିଜେଣ୍ଡ ଥିଲେ । ବିଶ୍ୱ କ୍ରିକେଟରେ ଭାରତର ବିକାଶ କରିବାରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି । ୧୯୬୧-୬୨ରେ ଇଂଲଣ୍ଡ ବିପକ୍ଷ ୨-୦ ଟେଷ୍ଟ୍ ଶୃଙ୍ଖଳା ବିଜୟରେ ଦୁରାନୀ ୧୮ ୱିକେଟ୍ ନେଇ ପ୍ରମୁଖ ଭୂମିକା ତୁଲାଇଥିଲେ। କଲିକତା ଓ ମାଡ୍ରାସରେ ଭାରତର ପ୍ରଥମ ବିଜୟରେ ମଧ୍ୟ ଦୁରାନୀଙ୍କ ଅବଦାନ ଅତୁଳନୀୟ ରହିଛି।

ଭାରତ ପାଇଁ ମୋଟ ୨୯ ଟେଷ୍ଟ୍ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ବିଜୟର ଗୋଟିଏ ଦଶନ୍ଧି ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପୋର୍ଟ ଅଫ୍‌ ସ୍ପେନ୍‌ ବିଜୟରେ କ୍ଲାଇବ୍ ଲୟଡ ଓ ସାର୍ ଗାରଫିଲ୍ଡ ସୋବର୍ସଙ୍କ ୱିକେଟ୍‌ ଦଖଲ କରିଥିଲେ। ୨୯ ଟେଷ୍ଟରେ ସେ ଖେଳିଥିବା ୫୦ ପାଳିରେ ଗୋଟିଏ ଶତକ ଓ ୭ ଅର୍ଦ୍ଧଶତକ ଜମାଇଥିଲେ। ୧୨୦୨ ରନ୍‌ ସଂଗ୍ରହ କରିବା ସହ ୭୫ ୱିକେଟ୍ ଦଖଲ କରିଥିଲେ। ଏହି ବାମହାତୀ ବ୍ୟାଟର୍ ଓ ବାମହାତୀ ସ୍ପିନର୍‌ ୧୭୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୪ ଶତକ, ୪୫ ଅର୍ଦ୍ଧଶତକ ସହିତ ୮୫୪୫ ରନ୍‌ ସଂଗ୍ରହ କରିଥିଲେ। ୪୮୪ ୱିକେଟ୍‌ ମଧ୍ୟ ନେଇଥିଲେ। ୧୯୬୦ ମସିହାରେ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିଥିଲେ। ନିଜ ସମୟରେ ଜଣେ ଦୁର୍ଦ୍ଧର୍ଶ ବ୍ୟାଟର୍‌ ଭାବେ ପରିଚିତ ଥିଲେ ଏବଂ ଲୋକଙ୍କ ଚାହିଦା ମୁତାବକ ଛକା ମାରୁଥିବାରୁ ‘ପ୍ରିନ୍ସ ସିକ୍ସର’ ଭାବେ ପରିଚିତ ଥିଲେ।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୯୨୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ମଣିପୁର ହିଂସା; ୫୩  ଅଧିକାରୀଙ୍କ ଟିମ୍ ଗଠନ କଲା ସିବିଆଇ

mahabharatanews

ମତଦାନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

mahabharatanews