ରାଜନୀତି

ଦୋଷୀସାବ୍ୟସ୍ତ ହେବା ଉପରେ ରୋକ ଆବେଦନର ଶୁଣାଣି ମେ ୩ରେ

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ବସ୍ତି। ଏପ୍ରିଲ ୧୩ ଯାଏ ବଢିଲା ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି । ତଳ କୋର୍ଟର ଦଣ୍ଡାଦେଶକୁ ଗୁଜରାଟ ସୁରଟର ଉପର କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ ଗାନ୍ଧୀ । ଦଣ୍ଡାଦେଶର ୧୧ ଦିନ ପରେ ରାହୁଲ ଗାନ୍ଧୀ ଚ୍ୟାଲେଞ୍ଜ କରିଛନ୍ତି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ରେ ‘ମୋଦୀ’ ସାଙ୍ଗିଆକୁ ପ୍ରସଙ୍ଗରେ ଦେଇଥିବା ମାନହାନି ସୂଚକ ମନ୍ତବ୍ୟକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ କରିଥିବା ଅପରାଧିକ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ ହେବା ପରେ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ।

ତେବେ ରାହୁଲଙ୍କ ମାମଲା ଲଢ଼ୁଥିବା ଓକିଲ ରୋହନ ପାନୱାଲା ପ୍ରକାଶ କରିଛନ୍ତି ଯେ, ରାହୁଲ ଗାନ୍ଧିଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି | ଦଣ୍ଡାଦେଶ ଉପରେ ମଧ୍ୟ ରୋକ ଲଗାଇଛନ୍ତି ଅଦାଲତ। ଏବେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା ଆବେଦନର ଶୁଣାଣି ଏପ୍ରିଲ ୧୩ ତାରିଖକୁ ଧାର୍ଯ୍ୟ କରାଯାଇଛି ବୋଲି ପାନୱାଲା ସୂଚନା ଦେିଛନ୍ତି। ରାହୁଲ ଗାନ୍ଧୀ ଏପ୍ରିଲ ୧୩ରେ କୋର୍ଟ ଶୁଣାଣିରେ ଉପସ୍ଥିତ ରହିବେ ନାହିଁ ବୋଲି ଜଣାପଡ଼ିଛି। ସେହିପରି ଦୋଷୀସାବ୍ୟସ୍ତ ହେବା ଉପରେ ରହିତାଦେଶ ଲାଗି କରାଯାଇଥିବା ଆବେଦନର ଶୁଣାଣି ମେ ୩ ତାରିଖରେ ହେବ।

Related posts

ଶୁଭେନ୍ଦୁ ଶପଥ ନେଉ ନେଉ ମମତା ନାଁ ଆଗରୁ ହଟାଇଲେ ମୁଖ୍ୟମନ୍ତ୍ରୀ ଶବ୍ଦ..

mahabharatanews

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା

mahabharatanews

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews