ଅପରାଧ

ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ

ମୁମ୍ବାଇ: ଗତକାଲି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଇଡିର ୧୨ ଘଣ୍ଟା ଜେରା ପରେ ଗିରଫ ହୋଇଛନ୍ତି । ତାଙ୍କ ନାମରେ ଥିବା ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି ଦେଶମୁଖ । ଆଜି ତାଙ୍କୁ କୋର୍ଟରେ ହାଜର କରିବ ଇଡି ଓ ରିମାଣ୍ଡ ଆବେଦନ କରିବ ।
ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ୧୦୦ କୋଟି ଟଙ୍କାର ଏକ୍ସଟର୍ସନ ଅଭିଯୋଗ ଆଣିଥିଲେ ଦେଶମୁଖଙ୍କ ନାମରେ । ଏହାକୁ ନେଇ ଗତକାଲି ଇଡି ତଦନ୍ତ କରିବା ସହ ତାଙ୍କୁ ଗୃହବନ୍ଦୀ କରିଥିଲା। ପୂର୍ବରୁ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଓ ସହାୟକ ଗିରଫ ହୋଇଥିଲେ। ବହିଷ୍କୃତ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ସହ ଦେଶମୁଖଙ୍କ ଲିଙ୍କ ଥିବା ଅଭିଯୋଗ ହୋଇଥିଲା।

 

Related posts

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

mahabharatanews

ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲେ ପାୱାର: ବିଧାୟକ ଝିଅ

mahabharatanews

ଚିଲିକା ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ

mahabharatanews