ଅପରାଧଓଡିଶା

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

(ରଜନୀକାନ୍ତ ପାତ୍ର/କବିସୁର୍ଯ୍ୟନଗର): କବିସୂର୍ୟ୍ୟନଗର ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଏଥିରେ ଦୁଇ ଜଣ ଗିରଫ ମଧ୍ୟ ହୋଇଛନ୍ତି । ସୁଚନା ଯେ, କବିସୂର୍ୟ୍ୟନଗର ପୋଲିସ ପକ୍ଷରୁ ବେଲପୁର ଗାଁରେ ବେଆଇନ ମଦ ବିକ୍ରି ଖବର ପାଇ ଚଢ଼ାଉ କରାଯାଇଥିଲ।। ଚଢ଼ାଉ ବେଳେ ୫୦.୩ ଲିଟର ବିଦେଶୀ ମଦ ଓ ୯୦ ଲିଟର ଦେଶୀ ମଦ ଜବତ ହୋଇଛି । ଏଥିରେ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରବିନ୍ଦ୍ର ସାହୁ ଏବଂ କବିରାଜ ସାହୁ । ପୋଲିସ୍ ଦୁଇ ଅଭିଯୁକ୍ତଙ୍କୁ କେସ୍ ନଂ ୨୫୩/୨୦ ଓ ୨୫୪/୨୦ରେ ଅବକାରୀ ଧାରା ୫୨(ଏ) ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଭାତ ସାହୁ ସୂଚନା ଦେଇଛନ୍ତି ।

Related posts

ଡିଏଫଓଙ୍କୁ ଜେରା କରୁଛନ୍ତି ୫ ଅଧିକାରୀ

mahabharatanews

ଜନତା କର୍ଫ୍ୟୁକୁ ସମର୍ଥନ: ସହର ବଜାର ବନ୍ଦ

mahabharatanews

ଅନୁଭବ, ବର୍ଷା ଛାଡପତ୍ର ମାମଲା: ସୁପ୍ରିମ କୋର୍ଟଙ୍କ ସ୍ଥଗିତାଦେଶ

mahabharatanews