ଓଡିଶା

ବିଦ୍ଧିବଧ ଭାବରେ ବିଜେପିରେ ଯୋଗ ଦେଲେ ପ୍ରଭାତ ସିଂହ

(ଭୁବନେଶ୍ୱର) : ପଦ୍ମ ଧରିଲେ ପ୍ରଭାତ ସିଂହ । କିଛି ଦିନ ତଳେ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂହ ଆଜି ବିଦ୍ଧିବଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି।

ସୂଚନାନୁଯାୟୀ , ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ସେ ଦଳରେ ସାମିଲ ହୋଇଥିଲେ। ବିଜେପିରେ ଯୋଗ ଦେବା ପରେ ପ୍ରଭାସ ସିଂହ କହିଥିଲେ, ‍ବିଜେଡିରେ ଆଉ ଆତ୍ମସମ୍ମାନ ନାହିଁ। ତେଣୁ ବିଜେଡି ଛାଡ଼ିଲି। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଡବଲ ଇଞ୍ଜିନ ସରକାର ଆବଶ୍ୟକ। ସେଠାରେ ବିଜେପି ଶାସନ ଗାଦିକୁ ଆସିବା ଦରକାର। ଓଡ଼ିଶାରେ ପରିବର୍ତ୍ତନ ପବନ ବହିଲାଣି। ୨୦୧୯ରେ ମଧ୍ୟ ସେ ଟିକେଟ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଭରସା କରିଥିଲା। ତେବେ ପ୍ରସନ୍ନ ପରାସ୍ତ ହୋଇଥିଲେ। ଏଥର ଟିକେଟ ମିଳିବ ବୋଲି ଆଶା ରଖିଥିଲେ ପ୍ରଭାସ ସିଂହ। ହେଲେ ଦଳ ପରିଣୀତା ମିଶ୍ରଙ୍କୁ ଟିକେଟ ଦେଲା।

Related posts

 ୨୩ରେ ଖୋଲିବ ହୀରାକୁଦ ଗେଟ୍

mahabharatanews

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

mahabharatanews

ଏଥର ବର୍ଷିବ ବାତ୍ୟା ; ଛୁଇଁ ପାରିବନି କୂଳ

mahabharatanews