ଭାରତ

ଏନସିବିର ପୂର୍ବତନ ଅଫିସର ସମୀର ୱାଙ୍ଖେଡ଼େଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ : ଦୁଇ ବର୍ଷ ତଳେ ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନଙ୍କୁ ଗିରଫ କରିଥିବା ପୂର୍ବତନ ନର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ଆଜି ଦୁର୍ନୀତି ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଏଥିସହ ୱାଙ୍ଖଡେଙ୍କ ମୁମ୍ବାଇସ୍ଥିତ ବାସଭବନରେ ସିବିଆଇ ପକ୍ଷରୁ ଆଜି ସକାଳୁ ଆରମ୍ଭ ହୋଇଥିବା ଚଢ଼ାଉ ଜାରି ରହିଛି। ୨୦୨୧ ମସିହା ଅକ୍ଟୋବର ମାସରେ ସମୀରଙ୍କ ନେତୃତ୍ୱାଧୀନ ଗୋଟିଏ ଟିମ ମୁମ୍ବାଇ ଇଣ୍ଟରନ୍ୟାଶନାଲ କ୍ରୁଜ ଟର୍ମିନାଲରେ ଥିବା କୋରଡେଲିଆ କ୍ରୁଜରେ ରେଡ କରିଥିଲେ। ଏହି ସମୟରେ ଆର୍ୟ୍ୟନ ଓ ଅନ୍ୟମାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲେ। ପ୍ରାଥମିକ ଭାବେ ଡ୍ରଗ୍ସ ରଖିବା, ସେବନ କରିବା ଓ ଏହାର ଚାଲାଣ କରିବା ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ୨୨ ଦିନ ଜେଲରେ ଥିବା ଆର୍ୟ୍ୟନ ଖାନଙ୍କୁ ପର୍ୟ୍ୟାପ୍ତ ପ୍ରମାଣ ଅଭାବରୁ ୨୦୨୨ ମେ’ ମାସରେ ଏନସିବି କ୍ଲିନ୍ ଚିଟ୍ ଦେଇଥିଲା।ସେ ଆର୍ୟ୍ୟନଙ୍କ ବିରୋଧରେ ଚାର୍ଜ ଫ୍ରେମ ନ କରିବାକୁ ୨୫ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ତାଙ୍କୁ ଚେନ୍ନାଇ ସ୍ଥିତ ଡିଜି ଟ୍ୟାକ୍ସପେୟର ସର୍ଭିସ ଡିରେକ୍ଟୋରେଟକୁ ବଦଳି କରାଯାଇଥିଲା।

Related posts

କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ 

mahabharatanews

ଉଦ୍ଧବ ଠାକରେଙ୍କୁ ନେଇ ବଡ ବୟାନ

mahabharatanews

୨୪ ଘଣ୍ଟାରେ ଦେଶରେ ୯,୦୬୨ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews