ଭାରତ

କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ 

(ଦିଲ୍ଲୀ) : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ମିଳିଛି । ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧ ଜୁନ୍ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । ଦିଲ୍ଲୀରେ ଭୋଟିଂ ପୂର୍ବରୁ ନିଜ ଜାମିନକୁ ଅପେକ୍ଷା କରିଥିବା କେଜ୍ରିୱାଲଙ୍କୁ ଏବଂ ତାଙ୍କ ପାର୍ଟିକୁ ଏହା ଏକ ଆଶ୍ୱସ୍ତିମୂଳକ ଖବର ।

ସୂଚନାନୁଯାୟୀ , କେଜ୍ରିୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତ । ଦିଲ୍ଲୀର ମଦ ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଚାଲିଥିବା ଲୋକସଭା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବାକୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରାଯାଇଥିଲା । ଯାହାକୁ ଅଦାଲତ ମଞ୍ଜୁରୀ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କେଜ୍ରିୱାଲଙ୍କୁ ୍ ଜୁନ୍ ୧ ଯାଏ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ଜୁନ ୨ରେ ପୁଣି ଥରେ ସରେଣ୍ଡର କରିବାକୁ ପଡ଼ିବ । ଜାମିନ ମିଳିବା ପରେ କେଜ୍ରିୱାଲ ଜେଲରୁ ବାହାରକୁ ଆସିବେ ।

Related posts

‘ହିମାଚଳରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ ‘;  ମୁଖ୍ୟମନ୍ତ୍ରୀ

mahabharatanews

ଆମେରିକା ରିପୋର୍ଟର ବଡ ଖୁଲାସା ୨୦୨୬ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ !

mahabharatanews

 ନମୋ ଆପରେ “ଜନ ମନ ସର୍ଭେ” ଆରମ୍ଭ

mahabharatanews