ଭାରତ

ରାଜନୀତିରୁ ଅବସର ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

(ଦିଲ୍ଲୀ) :ରାଜ୍ୟସଭାରୁ ଅବସର ନେଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ମନମୋହନ ସିଂଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ବର୍ତ୍ତମାନ ଆପଣ ରାଜ୍ୟସଭାରେ ରହିବେ ନାହିଁ ଏବଂ ସକ୍ରିୟ ରାଜନୀତିରୁ ଅବସର ନେଉଛନ୍ତି ।

ସୂଚନାନୁଯାୟୀ , ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ନଅ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ରାଜ୍ୟସଭାର ଅତି କମରେ ୫୪ ଜଣ ସଦସ୍ୟ ମଙ୍ଗଳବାର ଓ ବୁଧବାର ଅବସର ନେବାକୁ ଯାଉଛନ୍ତି ଏବଂ କିଛି ଲୋକ ଉପର ଗୃହକୁ ଫେରିବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ସିଂ ବୁଧବାର (ଏପ୍ରିଲ ୩) ରେ ରାଜ୍ୟସଭାରେ ତାଙ୍କର ୩୩ ବର୍ଷ ଧରି ଚାଲିଥିବା ସଂସଦୀୟ ଇନିଂସ ଶେଷ କରିବେବେଳେ ପୂର୍ବତନ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ସଂସଦର ଉପର ଗୃହରେ ପ୍ରବେଶ କରିବେ । ୯୧ ବର୍ଷିୟ ମନମୋହନ ସିଂ ଏପ୍ରିଲ୍ ୩ ରେ କାର୍ଯ୍ୟକାଳ ଶେଷ କରିବା ପରେ ଖାଲି ପଡିଥିବା ସିଟ୍ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜସ୍ଥାନରୁ ରାଜ୍ୟସଭାକୁ ପ୍ରବେଶ କରି ଏହାକୁ ପୂରଣ କରିବେ ।

Related posts

ଘନ କୁହୁଡ଼ି; ବିଳମ୍ବରେ ୩୦ଟି ବିମାନ

mahabharatanews

ପୃଥକ ପୃଥକ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

mahabharatanews

ରୁଷ ସୈନ୍ୟଙ୍କୁ ଇରାନ ଦେଉଛି ଡ୍ରୋନ ତାଲିମ

mahabharatanews