ଭାରତ

ଥାନାଧିକାରୀଙ୍କ ଟେବୁଲରେ ବସି ମଦ ପିଇବା ପଡ଼ିଲା ମହଙ୍ଗା : ବ୍ୟକ୍ତି ଜଣକ ଗିରଫ, ଆଇଆଇସି ନିଲମ୍ବିତ

ସାହାରଣପୁର : ଉତ୍ତରପ୍ରଦେଶର ଏକ ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ଥାନାରେ ପଶି ଥାନାଧିକାରୀଙ୍କ ଟେବୁଲରେ ବସି ମଦ ପିଉଛନ୍ତି । ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ସାହାରଣପୁର ଅଞ୍ଚଳର ଖଟାଖେରୀ ପୋଲିସ ଷ୍ଟେସନରେ । ଏପରି ଏକ ଫଟୋ ଏବେ ଭାଇରାଲ ହେଉଥିବା ବେଳେ ଏପରି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଥାନାରେ ମଦ ପିଉଥିବା ବ୍ୟକ୍ତି ଇମ୍ରାନକୁ ତୁରନ୍ତ ଗିରଫ କରାଯିବା ସହ ଥାନାଧିକାରୀ ସଚିନ ତ୍ୟାଗୀଙ୍କୁ ନିଲମ୍ବିତ କରାଯାଇଛି । ବିନା କୌଣସି ଭୟରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କିପରି ଥାନାକୁ ପଶିଲା ଓ ଥାନାଧିକାରୀଙ୍କ ଚେୟାରରେ ବସିଲା ତଥା କିଛି ସମୟ ପାଇଁ ସେଠାରେ ମଦରେ ମଜା ନେଲା ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଉକ୍ତ ସମୟରେ ଥାନାର ଅନ୍ୟ କର୍ମଚାରୀ କ’ଣ କରୁଥିଲେ ତାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼।

Related posts

ଶ୍ରେୟାସ ଆୟରଙ୍କୁ ମିଳିପାରେ ନୂଆ ଦାୟିତ୍ୱ ।

mahabharatanews

 ୨୩ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

mahabharatanews

ଦିଲ୍ଲୀରେ ‘ସାଂଘାତିକ’ ସ୍ଥିତି

mahabharatanews