ଭାରତ

ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ

(ଚଣ୍ଡିଗଡ଼) : ଅସୁସ୍ଥ ହୋଇପଡିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ । ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏବେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ୯୪ ବର୍ଷୀୟ ପ୍ରକାଶ ସିଂହ ବାଦଲଙ୍କୁ ଶନିବାର ବିଳମ୍ବିତ ରାତିରେ ହସ୍ପିଟାଲ ଅଣାଯାଇଥିଲା। ସେ ରାତିରେ ଅନେକ ଥର ବାନ୍ତି କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଅକାଳି ଦଳର ଜଣେ ମୁଖପାତ୍ର କହିଛନ୍ତି।

ଚଳିତ ବର୍ଷ ଆରମ୍ଭରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ତେଣୁ ତାଙ୍କୁ ଲୁଧିଆନାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫେବ୍ରୁଆରୀରେ ତାଙ୍କୁ କୋଭିଡ ଯାଞ୍ଚ ପାଇଁ ମୋହାଲିର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ହାର୍ଟ ଏବଂ ଫୁସଫୁସ ଯାଞ୍ଚ କରାଯାଇଥିଲା। ଏହା ପରେ ଜୁନ୍‌ ୬ ତାରିଖରେ ପେଟ ସମ୍ବନ୍ଧୀୟ ସମସ୍ୟା ହେତୁ ପ୍ରକାଶ ସିଂହ ବାଦଲଙ୍କୁ ପିଜିଆଇଏମ୍‌ଆଇର ଚଣ୍ଡିଗଡ଼ରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ଘରକୁ ଅଣାଯାଇଥିଲା।

ସୂଚନାନୁଯାୟୀ , ପ୍ରକାଶ ସିଂହ ବାଦଲ ୫ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟ ରାଜନୀତିରେ ତାଙ୍କର ବେଶ୍‌ ଦବ୍‌ଦବା ରହିଛି। ୧୯୪୭ ମସିହାରେ ସେ ପ୍ରଥମ ଥର ପାଇଁ ରାଜନୀତିରେ ପ୍ରବେଶ କରିଥିଲେ। ପ୍ରକାଶ ସିଂହ ବାଦଲ ୧୯୭୦ରୁ ୭୧, ୧୯୭୭ରୁ ୮୦ ଓ ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ। ତା’ପରେ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୋରାଜୀ ଦେଶାଇଙ୍କ ଶାସନ କାଳରେ ପ୍ରକାଶ ସିଂହ ବାଦଲ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।

Related posts

ମଇଦାନକୁ ଓହ୍ଲାଇଲେ ଟିଡ଼ିପି ମୁଖ୍ୟ ମେହବୁବା ମୁଫତି

mahabharatanews

ମତସାବ୍ୟସ୍ତ କରିବାକୁ ଅପିଲ କଲେ ମୋଦି

mahabharatanews

ଦେଶରେ ୫ହଜାର ଟପିଲା କରୋନା ସଂକ୍ରମଣ

mahabharatanews