ନୂଆଦିଲ୍ଲୀ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ୪୦୦ ଶହ ସବୁଠାରୁ ବଡ ଧନୀକ ଶ୍ରେଣୀରେ ଫୋର୍ବସ ତାଲିକାରେ ନାହିଁ । ୨୫ ବର୍ଷରେ ପ୍ରଥମ ଥର ପାଇଁ ଏପରି ହୋଇଛି । ୪୦୦ ମିଲିୟନ ପାଇଁ ସେ ଏହି ତାଲିକାରୁ ବ।।ଦ ପଡିଛନ୍ତି । ଏବେ ଟ୍ରମ୍ପଙ୍କ ସମ୍ପତିର ମୂଲ୍ୟ ୨.୫ ବିଲିୟନ ରହିଛି । ଗତ ବର୍ଷ ଏହି ତାଲିକାରେ ଟ୍ରମ୍ପ ୩୩୯ ନମ୍ବରରେ ରହିଥିଲେ । କିନ୍ତୁ ଚଳିତ ବର୍ଷ ତାଙ୍କ ସମ୍ପତ୍ତିରୁ ୬୦୦ ମିଲିୟନ ହ୍ରାସ ହୋଇଛି ।
୭୫ ବର୍ଷର ରିଅଲ ଇଷ୍ଟେଟ ମୋଗଲସ୍ ରିଅଲିଷ୍ଟେଟର ସମ୍ପତ୍ତି ମହାମାରୀ କାଳରେ ହ୍ରାସ ପାଇଥିଲା ଯାହା ତାଙ୍କୁ ତାଲିକାରୁ ବାଦ ଦେଇଛି । ମହାମାରୀ ସମୟରେ ଏହି ପୂର୍ବତନ ରାଷ୍ଟ୍ରପତି ଅନ୍ୟ ବିଲିୟନରଙ୍କ ପରି ନିଜ ସମ୍ପଦର ସଫଳତାର ସହ ପରିଚାଳନା କରିବାରେ ବିଫଳ ହୋଇଥିଲେ । ଫୋର୍ବସ ଅନୁଯାୟୀ, ୫ ବର୍ଷ ପୂର୍ବେ ଟ୍ରମ୍ପ ନିକଟରେ ତାଙ୍କ ସୁଯୋଗକୁ ଉପଯୋଗ କରିବାର ସୁଯୋଗ ରହିଥିଲା । ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପରେ ଫେଡେରାଲ ଏଥିକ୍ସ ଅଧିକାରୀମାନେ ତାଙ୍କୁ ତାଙ୍କ ବ୍ୟବସାୟରୁ ବଞ୍ଚିତ କରିଥିଲେ ।
previous post
next post
