(ଆନ୍ଧ୍ରପ୍ରଦେଶ) : ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୪ ଜଣ ଓଡ଼ିଆ ଲୋକଙ୍କ ମୃତ୍ୟୁ ହୋଇଛି । ୪୧ ସେକେଣ୍ଡ ସମୟରେ ୭ ପାର୍ଥକ୍ୟ ସ୍ପଟ୍ କରନ୍ତୁ ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ୪ ଜଣ ପ୍ରାଣ ହରାଇଛନ୍ତି ଏବଂ ଜଣେ ଆହତ ହୋଇଛନ୍ତି । ସବୁଠାରୁ ବଡ କଥା ହେଲା ମୃତ ବ୍ୟକ୍ତିମାନେ ହେଲେ ଓଡ଼ିଶା ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୋବିନ୍ଦପୁର ଗ୍ରାମର ।
ସୂଚନାନୁଯାୟୀ , ଆମ୍ବୁଲାନ୍ସ୍ ଦୁର୍ଘଟଣା ତାୱାନାମପାଲ୍ଲୀ ମଣ୍ଡଳ ଅନ୍ତର୍ଗତ ବାଙ୍ଗାଲୋର୍-ତିରୁପତି ଜାତୀୟ ରାଜପଥର ତେଲ୍ଲା ଗୁଣ୍ଡଲାପାଲ୍ଲୀ ଅଞ୍ଚଳରେ ଘଟିଛି । ଡ୍ରାଇଭର୍ଙ୍କୁ ନିଦ ଲାଗିଯିବାରୁ ଆମ୍ବୁଲାନ୍ସ୍ ରାସ୍ତାରେ ଠିଆ ହୋଇଥିବା ଗୋଟିଏ ତୈଳବାହୀ ଟ୍ୟାଙ୍କର୍-ଟ୍ରକ୍କୁ ଧକ୍କା ଦେଇଥିଲା । ମୃତବ୍ୟକ୍ତିମାନେ ହେଉଛନ୍ତି ମଞ୍ଜୁଲତା, ତ୍ରିଲୋଚନ, ଉମେଶଚନ୍ଦ୍ର ଓ ବିଜୟ । ୟାଦାମାରି ଓ କାନିପକ୍କମ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ଚିତ୍ତୂର ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
